fbpx

ଓଡ଼ିଶା ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ୪୦୫ଟି ଡ୍ରାଇଭର ପଦ ପୂରଣ ହେବ, ସରକାରୀ ଚାକିରି ପାଇଁ ଆସିଲା ବଡ଼ ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରି କରିବାକୁ ଇଚ୍ଛୁକ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଓଡ଼ିଶା ପୋଲିସ ପକ୍ଷରୁ ଡ୍ରାଇଭର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୪୦୫ଟି ପଦ ପୂରଣ ହେବ । ଏହି ନିଯୁକ୍ତି ପାଇଁ ଏହା ମଧ୍ୟରେ ଶର୍ଟ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆସନ୍ତା ୧୧ ତାରିଖରେ ବିସ୍ତୃତ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୧ରୁ ୩୧ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ ।

ମୋଟ ୪୦୫ଟି ଖାଲି ପଦ ମଧ୍ୟରୁ ଅଣସଂରକ୍ଷିତ ବର୍ଗ ପାଇଁ ୨୧୬ଟି, ଅନୁସୂଚିତ ଜାତି (ଏସସି) ପାଇଁ ୫୧ଟି, ଅନୁସୂଚିତ ଜନଜାତି (ଏସଟି) ପାଇଁ ୧୩୮ଟି ପଦ ଖାଲି ରହିଛି । ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି) ବର୍ଗର ପ୍ରାର୍ଥୀଙ୍କ ପାଇଁ କୌଣସି ପଦ ସଂରକ୍ଷିତ ନାହିଁ । ତେଣୁ ଏହି ବର୍ଗର ପ୍ରାର୍ଥୀମାନେ ୟୁଆର ବର୍ଗରେ ଆବେଦନ କରିପାରିବେ । ଆସନ୍ତା ୧୧ ତାରିଖରେ ସମ୍ପୂର୍ଣ୍ଣ ବିଜ୍ଞପ୍ତି ଜାରି ହେବା ପରେ ପ୍ରାର୍ଥୀମାନେ ବୟସ ଯୋଗ୍ୟତା, ଆବେଦନ ଫିସ୍, ବେତନ ହାର, ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।

Get real time updates directly on you device, subscribe now.