ଭୁବନେଶ୍ୱର, ୨୨ା୧୧(ଓଡ଼ିଶା ଭାସ୍କର): ବିଧାନସଭାରେ ଶୀତ ଅଧିବେଶନର ଆଜି ନବମ ଦୀନ । ରାଜ୍ୟରେ ଅନୁସୂଚିତ ଜାତି ଜନଜାତି ସାକ୍ଷରତା ହାର ୬୯.୨% ଅଛି । ଗୃହରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଉତ୍ତର ରଖିଛନ୍ତି । ଏସସି/ଏସଟି ପିଲାଙ୍କ ପାଇଁ ୭୦୦ ଆଶ୍ରମ ସ୍କୁଲ ଓ ୫୦୧ ସେବାଶ୍ରମ ରହିଛି । ୨୭ଏକଲବ୍ୟ ସ୍କୁଲ, ୧୦କଳିଙ୍ଗ ଆଦର୍ଶ ବିଦ୍ୟାଳୟ ରହିଛି । ୪୨୨ଉଚ୍ଚ ବିଦ୍ୟାଳୟ ଓ ୬୨ଉଚ୍ଚ ମାଧ୍ୟମିକ ସ୍କୁଲ ମଧ୍ୟ ରହିଛି । ସାକ୍ଷରତା ହାର କମ ଥିବା ୧୯ଜିଲ୍ଲାରେ ସଂଯୋଜକ ଓ ପ୍ରେରକ ନିଯୁକ୍ତ ହୋଇଛନ୍ତି । ଆମ କଥା,ଭାରତ ସାକ୍ଷରତା ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ସେ କହିଛନ୍ତି ।
Prev Post
Next Post