fbpx

ବଢ଼ି ଚାଲିଛି ତେଲ ଦର: ସାଧାରଣ ଜନତା ଅସ୍ତବ୍ୟସ୍ତ

Advertisement

ଭୁବନେଶ୍ୱର, ୬ା୧୨ (ଓଡିଶା ଭାସ୍କର): କ୍ରମାଗତ ଭାବେ ବଢ଼ିଚାଲିଛି ତୈଳ ଦର । ଦର ବୃଦ୍ଧି ପାଇ ପେଟ୍ରୋଲ ଲିଟର ୮୪ ଟଙ୍କା ୫ ପଇସା ଛୁଇଁଛି । ଏହି ବୃଦ୍ଧି ଫଳରେ ୨ ବର୍ଷରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । । ସେହିପରି ଡିଜେଲ ଲିଟର ୮୦ ଟଙ୍କା ୧୯ ପଇସା ରହିଛି । ସୂଚନାଯୋଗ୍ୟ ଯେ, ଡିସେମ୍ବର ୫ରେ ପେଟ୍ରୋଲ ଲିଟର ୮୩ ଟଙ୍କା ୭୬ ପଇସା ଥିବା ବେଳେ ଡିଜେଲ ଲିଟର ୭୯ ଟଙ୍କା ୮୭ ପଇସା ରହିଥିଲା । ପୂର୍ବରୁ କରୋନା ଦ୍ୱାରା ଜୀବନର ସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ବର୍ତ୍ତମାନ ପରିପ୍ରେକ୍ଷୀରେ ବାରମ୍ବାର ତୈଳ ଦର ବୃଦ୍ଧି ପାଇବା ସାଧାରଣ ଜନତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

Get real time updates directly on you device, subscribe now.