ରାସ୍ତାରୁ ହଟିଲେ Ola-Uber-Rapido, କାହିଁକି ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେ ଧର୍ମଘଟ ?

ରାସ୍ତାରେ ଆଉ ଦେଖିବାକୁ ମିଳୁନି Ola-Uber-Rapido। ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେ ଧର୍ମଘଟ କଲେ ଡ୍ରାଇଭର ସଂଘ । ଜାଣନ୍ତୁ କାହିଁକି ....

ମୁମ୍ବାଇ: ରାସ୍ତାରେ ଆଉ ଦେଖିବାକୁ ମିଳୁନି Ola-Uber-Rapido। କମ୍ ରୋଜଗାର ଏବଂ ଭଲ ସୁବିଧାକୁ ଦୃଷ୍ଟିରେ ରଖି ଅନିର୍ଦ୍ଦିଷ୍ଟ କାଳ ପାଇଁ କରିଛନ୍ତି ଧର୍ମଘଟ । ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ଆପ୍ କମ୍ପାନୀଗୁଡ଼ିକର ଉଚ୍ଚ କମିଶନ ଯୋଗୁଁ ସେମାନଙ୍କର ଆୟ ବହୁ ପରିମାଣରେ ହ୍ରାସ ପାଇଛି। ଏହି କାରଣରୁ ସେମାନେ ଧର୍ମଘଟର ପଥ ବାଛିଛନ୍ତି। ତେବେ ହଠାତ୍ ଧର୍ମଘଟ ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ମୁମ୍ବାଇରେ ଯାତ୍ରା କରିବା ବହୁତ କଷ୍ଟକର ହୋଇପଡ଼ିଛି।

ତେବେ ମୁମ୍ବାଇ ଡ୍ରାଇଭର ସଂଘ 3 ଟି ମୁଖ୍ୟ ଦାବି କରିଛନ୍ତି । ପ୍ରଥମତଃ ହେଲା, କଳା-ହଳଦିଆ ଟ୍ୟାକ୍ସି ପରି ଭଡ଼ା ଦିଆଯିବା, ବାଇକ୍ ଟ୍ୟାକ୍ସି ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ଦୃଢ  ବା ମଜଭୁତ କଲ୍ୟାଣ ବୋର୍ଡ ଗଠନ କରିବା । ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ ନୀତି ପ୍ରସ୍ତୁତ କରିନଥିବାରୁ ଡ୍ରାଇଭରମାନେ କ୍ଷୁବ୍ଧ ହୋଇଛନ୍ତି ।

ଉବର, ଓଲା ଏବଂ ରାପିଡୋ ସହିତ ଜଡିତ ଡ୍ରାଇଭରମାନଙ୍କ ଏକ ଗୋଷ୍ଠୀ 15 ଜୁଲାଇରେ ସେବା ବନ୍ଦ କରିବା ପରେ, ମୁମ୍ବାଇର ହଜାର ହଜାର ଯାତ୍ରୀ  ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଡ୍ରାଇଭରମାନଙ୍କ ମୁଖ୍ୟ ଦାବି କ’ଣ?

ମହାରାଷ୍ଟ୍ର ଗିଗ୍ କାମଗାର ମଞ୍ଚ, ମହାରାଷ୍ଟ୍ର ରାଜ୍ୟ ଜାତୀୟ ଶ୍ରମିକ ସଂଘ ଏବଂ ଭାରତୀୟ ଗିଗ୍ ଶ୍ରମିକ ମୋର୍ଚ୍ଚା ସମେତ ଅନେକ ସଂଗଠନ ଏହି ଧର୍ମଘଟର ନେତୃତ୍ୱ ନେଉଛନ୍ତି। ଡ୍ରାଇଭରମାନେ ଦାବି କରୁଛନ୍ତି ଯେ କ୍ୟାବ୍‌ର ଭଡ଼ା କଳା-ହଳଦିଆ ଟ୍ୟାକ୍ସି ସହିତ ସମାନ ହେବା ଉଚିତ। ଏହା ସହିତ, ଡ୍ରାଇଭରମାନଙ୍କ ସୁବିଧା ପାଇଁ ଏକ କଲ୍ୟାଣ ବୋର୍ଡ ଗଠନ କରାଯିବା ଉଚିତ।

ପ୍ଲାଟଫର୍ମ ଦ୍ୱାରା ଦିଆଯାଉଥିବା ରିହାତି ଉପରେ ଡ୍ରାଇଭରମାନେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି, ସେମାନେ କହିଛନ୍ତି ଯେ ଏହି ରିହାତିର ମୂଲ୍ୟ ପ୍ରାୟତଃ ସେମାନଙ୍କ ରୋଜଗାରରୁ କାଟି ନିଆଯାଏ। ତେଣୁ ସେମାନେ ଚାହାଁନ୍ତି ଯେ ରିହାତିର ବୋଝ ଡ୍ରାଇଭରମାନଙ୍କ ଉପରେ ନ ପକାଇ, ପ୍ଲାଟଫର୍ମ ନିଜେ ବହନ କରୁ।