fbpx

ଦେଶରେ ଓମିକ୍ରନ୍ ଭୟ, ୩୮କୁ ବଢ଼ିଲା ସଂଖ୍ୟା: ଚଣ୍ଡିଗଡ଼, କେରଳ ଓ ଆନ୍ଧ୍ରପ୍ରଦେଶକୁ ବ୍ୟାପିଲା ସଂକ୍ରମଣ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ମହାମାରୀ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତରେ ମଧ୍ୟ ଗୋଟିଏ ପରେ ଗୋଟିଏ ରାଜ୍ୟ ନିଜ କବ୍‌ଜାକୁ ନେବାରେ ଲାଗିଛି । ରବିବାର ଚଣ୍ଡିଗଡ଼ କେରଳ ଓ ଆନ୍ଧ୍ରପ୍ରଦେଶରୁ ଜଣେ ଲେଖାଏଁ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚଣ୍ଡିଗଡ଼ରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ବ୍ୟକ୍ତି ଇଟାଲୀରୁ ଫେରିଥିବା ବେଳେ କେରଳର ଓମିକ୍ରନ୍‌ ଆକ୍ରାନ୍ତ ବ୍ରିଟେନ୍‌ ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ରୁ ଚିହ୍ନଟ ଆକ୍ରାନ୍ତ ଜଣକ ଆର୍ୟଲ୍ୟାଣ୍ଡରୁ ଆସିଥିଲେ ବୋଲି ଜଣାପଡ଼ିଛି । ବିଜୟନଗରମରେ ଚିହ୍ନଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ କୌଣସି ଲକ୍ଷଣ ନାହିଁ ବୋଲି ସୂଚନା ଦିଆଯାଇଛି ।

ଆନ୍ଧ୍ରପ୍ରଦେଶରେ ପ୍ରଥମ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ଓଡ଼ିଶାର ପଡ଼ୋଶୀ ରାଜ୍ୟ । ଓଡ଼ିଶାରେ ଏପର୍ଯ୍ୟନ୍ତ କେହି ବି ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇ ନାହାଁନ୍ତି । କିନ୍ତୁ ଆନ୍ଧ୍ରପ୍ରଦେଶରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଓଡ଼ିଶାରେ ମଧ୍ୟ ଏହାକୁ ନେଇ ଭୟ ବଢ଼ିବାରେ ଲାଗିଛି । ରବିବାର ୨ଜଣ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି । କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ପୂର୍ବରୁ ଦେଖାଦେଇଥିବା ଅନ୍ୟ ଭାରିଏଣ୍ଟଗୁଡ଼ିକ ଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ବର୍ତ୍ତମାନ ଯାଏଁ ଏହି ଭାରିଏଣ୍ଟ ବିଶ୍ୱର ୫୯ଟି ଦେଶକୁ ବ୍ୟାପି ସାରିଲଣି । ଓମିକ୍ରନ୍‌କୁ ରୋକିବା ପାଇଁ ଅନେକ ଦେଶ ବିଦେଶକୁ ବିମାନ ଉଡ଼ାଣ ଉପରେ ପୁଣି ପ୍ରତିବନ୍ଧକ ଲଗାଇଲେଣି ।

Get real time updates directly on you device, subscribe now.