fbpx

ଖୁବଶୀଘ୍ର ହ୍ରାସ ପାଇବ ପିଆଜ ଦର: ପୂଜାରେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ମହଙ୍ଗା ମାଡ଼ ଚାଲିଛି । ଆଳୁ, ପିଆଜ ଠାରୁ ଆରମ୍ଭ କରି କାଙ୍କଡ଼, ବିନ ଆଦି ବିଭିନ୍ନ ପନିପରିବାରେ ହାତ ମାରି ହେଉନାହିଁ । ପରିବା ଦର ଦେଖି ସାଧାରଣ ଜନତା ମୁଣ୍ଡରେ ହାତ ଦେଇ ବସିଛନ୍ତି । ପ୍ରଥମେ ଆଳୁର ବର୍ଦ୍ଧିତ ମୂଲ୍ୟକୁ ନେଇ ଖାଉଟି ଚିନ୍ତିତ ରହିଥିବା ବେଳେ ତା’ପରେ ପିଆଜ ସଭିଙ୍କୁ କନ୍ଦାଇଥିଲା । ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ପିଆଜି କେଜି ୬୦-୬୫ ଟଙ୍କାରେ ବିକ୍ରି ହେଉଛନ୍ତି । କିଛିଦିନ ପରେ ପୁଣି ଥରେ ପିଆଜର ଏହି ଦର ବୃଦ୍ଧିକୁ ନେଇ ଖାଉଟି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ତେବେ ଏହା ମଧ୍ୟରେ ପୂଜା ଅବସରରେ ଖାଉଟିଙ୍କ ପାଇଁ ଆସିଛି ଏକ ଖୁସି ଖବର । ରାଜ୍ୟ ସରକାରଙ୍କ ତରଫରୁ ପିଆଜ ଦର ବୃଦ୍ଧିକୁ ନେଇ ଆସିଛି ଆଶ୍ୱସ୍ତିଜନକ ଖବର । ପିଆଜ ଦର ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ଫଳରେ ପିଆଜ ଫସଲ ନଷ୍ଟ ହୋଇଛି । ଫଳରେ ବଜାରକୁ କମ୍ ମାତ୍ରାରେ ପିଆଜ ଆସୁଛି । ସାରା ଦେଶର ବିଭିନ୍ନ ରାଜ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଖୁବଶୀଘ୍ର ପିଆଜ ଦର ହ୍ରାସ ପାଇବ । ଏଭଳି ସଙ୍କଟର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଆଳୁ ମିଶନ ପରେ ଏବେ ପିଆଜ ମିଶନକୁ ନେଇ ପଦକ୍ଷେପ ହେଉଥିବା ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.