fbpx

କଲେଜରେ ନିର୍ବାଚନୀ ସଭା ପ୍ରସଙ୍ଗ; ପ୍ରିନ୍ସିପାଲ ଓ ଏସଡିପିଓଙ୍କୁ ନିଲମ୍ବନ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ମହାକାଳପଡ଼ା ମା’ ତାରିଣୀ କଲେଜରେ ଆଚରଣ ବିଧି ଉଲ୍ଲଙ୍ଘନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସଇସି ନିର୍ଦ୍ଦେଶ ଦେଇଛନ୍ତି । ପ୍ରିନ୍ସିପାଲ ବିକାଶ ଦାଶଙ୍କୁ ନିଲମ୍ବନ ପାଇଁ ଗଣଶିକ୍ଷା ବିଭାଗକୁ ସୁପାରିସ୍ କରାଯାଇଛି । ବିକାଶଙ୍କ ନାଁରେ ଏଫଆଇଆର ପାଇଁ ମଧ୍ୟ କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ହା ସହିତ ସାଲେପୁର ଏସଡିପିଓ ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ ପାଇଁ ଡିଜିପିଙ୍କୁ ସୁପାରିସ୍ କରିଛନ୍ତି ଏସଇସି । ତେବେ ମା’ ତାରିଣୀ କଲେଜରେ ନିର୍ବାଚନୀ ସଭା ନେଇ ଅଭିଯୋଗ ହୋଇଥିଲା । ସଭାରେ ସାମିଲ ଥିବାରୁ ସାଲେପୁର ଏସଡିପିଓଙ୍କୁ ସସପେଣ୍ଡର ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.