OSSSC Radiographer Recruitment: ରେଡିଓଗ୍ରାଫର ପଦବୀରେ ଆଜି ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ, ଜାଣି ନିଅନ୍ତୁ କ’ଣ ରହିଛି ଯୋଗ୍ୟତା
ଭୁବନେଶ୍ୱର: ଓଡିଶା ସବ ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (osssc) ପକ୍ଷରୁ ରେଡିଓଗ୍ରାଫର ପଦ ନିମନ୍ତେ ନିଯୁକ୍ତି ଲାଗି ଅନଲାଇନ୍ ଆବେଦନ ପ୍ରକ୍ରିୟା ୨୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଯାଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ osssc.gov.in କୁ ଯାଇ ଏହି ପଦ ଲାଗି ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୦ ଅକ୍ଟୋବର ୨୦୨୩ ରହିଛି ।
ଏହି ପ୍ରକ୍ରିୟାରେ ମୋଟ ୪୧୪ ରେଡିଓଗ୍ରାଫର ପଦରେ ନିଯୁକ୍ତି ଦିଆଯିବ ଯେଉଁଥିରେ ୩୭୮ ପଦ ସାଧାରଣ ଓ ସଂରକ୍ଷିତ ଶ୍ରେଣୀଙ୍କ ଲାଗି ରହିଛି ଏବଂ ୩୬ ପଦ ବିଶେଷ ଶ୍ରେଣୀର ପ୍ରାର୍ଥୀଙ୍କ ଲାଗି ରହିଛି ।
ବୟସ ସୀମା: ୧୫ ସେପ୍ଟେମ୍ବର ୨୦୨୩ ସୁଦ୍ଧା ପ୍ରାର୍ଥୀଙ୍କ ନ୍ୟୁନତମ ବୟସ ୨୧ ବର୍ଷରୁ ଅଧିକ ହୋଇ ନ ଥିବା ଉଚିତ । ସଂରକ୍ଷିତ ଶ୍ରେଣୀର ପ୍ରାର୍ଥୀଙ୍କ ଲାଗି ସର୍ବୋଚ୍ଚ ବୟସ ସୀମା କୋହଳ କରାଯାଇଛି ।
ଶିକ୍ଷାଗତ ଯୋଗ୍ୟତା: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଅଧୀନରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଉତ୍ତୀର୍ଣ୍ଣ କିମ୍ବା ଏହାର ସମକକ୍ଷ ଶିକ୍ଷାଗତ ଯୋଗ୍ୟତା ରହିଥିବା ଆବଶ୍ୟକ । ଓଡିଶା ସରକାର କିମ୍ବା ଅଖିଳ ଭାରତୀୟ ଟେକନିକ ଶିକ୍ଷା ପରିଷଦ(ଏଆଇସିଟିଇ) ଦ୍ୱାରା ମାନ୍ୟତା ପ୍ରାପ୍ତ କୌଣସି ସରକାରୀ କିମ୍ବା ଘରୋଇ ସଂସ୍ଥାରୁ ମେଡିକାଲ ରେଡିଏସନ ଟେକ୍ନୋଲଜିରେ ଡିପ୍ଲୋମା କରିଥିବା ଆବଶ୍ୟକ ।