fbpx

ପେସ୍ ବୋଲରଙ୍କ କମାଲ: ଡ୍ରାଇଭର ସିଟରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଡ୍ରାଇଭର ସିଟରେ ଭାରତ । ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଘାତକ ବୋଲିଂ ଫଳରେ ଇଂଲଣ୍ଡ ୫୯ ଓଭର ଖେଳ ଶେଷ ସୁଦ୍ଧା ୮ ୱିକେଟ ହରାଇ ୧୫୫ ରନ୍ ସଂଗ୍ରହ କରିଛି । ଲଞ୍ଚ ସୁଦ୍ଧା ଇଂଲଣ୍ଡ ୨୫ ଓଭର ବ୍ୟାଟିଂ କରି ୬୧ ରନରେ ଦୁଇ ୱିକେଟ ହରାଇଥିବା ବେଳେ ଲଞ୍ଚ ପରେ ଶାମି ଇଂଲିଶ ବ୍ୟାଟିଂ ଲାଇନଅପକୁ ଛାରଖାର କରି ଦେଇଥିଲେ । ଲଞ୍ଚର ଦୁଇ ଓଭର ମଧ୍ୟରେ ଓପ୍ନର ଡୋମିନିକ୍ ସିବଲୀଙ୍କୁ ପ୍ୟାଭିଲିୟନ ପଠାଇଥିଲେ ଶାମି । ଶାର୍ଦ୍ଦୁଲ ଠାକୁର ଜୋ ରୁଟ୍ଙ୍କୁ ଆଉଟ କରିବା ସହିତ ଭାରତକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛନ୍ତି ।

ସିବଲୀଙ୍କ ୱିକେଟ ପତନ ପରେ ଜୋ ରୁଟ୍(୬୪) ଓ ଜନି ବେୟାରଷ୍ଟୋ(୨୯)ଙ୍କ ମଧ୍ୟରେ ୭୨ ରନର ପାର୍ଟନରଶିପ ହୋଇଥିଲା । ବେୟାରଷ୍ଟୋଙ୍କୁ ଆଉଟ କରି ଶାମି ଏହି ଯୋଡି ଭାଙ୍ଗିଥିଲେ । ୭୧ ବଲ ଖେଳି ୪ ଚୌକା ସହିତ ୨୯ ରନ କରି ବେୟାରଷ୍ଟୋ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ଖାତା ଖୋଲିବା ପୂର୍ବରୁ ଲରେନ୍ସଙ୍କ ଶିକାର କରିଥିଲେ ଶାମି । ଏହାପରେ ୱିକେଟ ରକ୍ଷକ ଜସ ବଟଲର ମଧ୍ୟ ଖାତା ଖୋଲିବା ପୂର୍ବରୁ ବୁମରାଙ୍କ ଶିକାର ହୋଇଥିଲେ । ଭାରତ ପକ୍ଷରୁ ମହମ୍ମଦ ଶାମି ୨୩ ରନରେ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ଶାର୍ଦ୍ଦୁଲ ଠାକୁର ବୁମରା ୨ଟି ୱିକେଟ ନେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସିରାଜ ଗୋଟିଏ ଁ ୱିକେଟ ନେଇଛନ୍ତି ।

Get real time updates directly on you device, subscribe now.