fbpx

ଆଜି ରତ୍ନସିଂହାସନରେ ମହାପ୍ରଭୁଙ୍କ ପଦ୍ମ ବେଶ ଦର୍ଶନ କରିପାରିବେ ଭକ୍ତ, ଶ୍ରୀଜୀଉଙ୍କ ନିକଟରେ ଲାଗି ହେବ କ୍ଷିର ଅମାଲୁ ଭୋଗ

ପୁରୀ (ଭାସ୍କର ନ୍ୟୁଜ୍): ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦୁର୍ଲଭ ପଦ୍ମ ବେଶ ନୀତି ଅନୁଷ୍ଠିତ ହୋଇଛି।  ପଦ୍ମ ବେଶରେ ଶ୍ରୀବିଗ୍ରହ ରତ୍ନସିଂହାସନରେ ପହୁଡ଼ ହୋଇଥିଲା । ବର୍ଷକେ କେବଳ ଏହି ଦିନ ପଦ୍ମବେଶରେ ଠାକୁରେ ନିଦ୍ରା ଯାଇଥାନ୍ତି । ଗୁରୁବାର ପ୍ରତ୍ୟୁଷରୁ ଏହି ବେଶରେ ୩ ଠାକୁରଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ । ଭକ୍ତ ମନୋହର ଦାସଙ୍କ ଭକ୍ତିଭାବକୁ ସମ୍ମାନ ଜଣାଇ ପ୍ରତିବର୍ଷ ମହାପ୍ରଭୁଙ୍କ ଏହି ବେଶ କରାଯାଇଥାଏ । ପଦ୍ମ ବେଶ ଦିନ ଶ୍ରୀଜୀଉଙ୍କ ନିକଟରେ କ୍ଷିର ଅମାଲୁ ଭୋଗ ଲାଗି କରାଯାଇଥାଏ । ବଡ଼ଛତା ମଠ ପକ୍ଷରୁ ପ୍ରଦାନ କରାଯାଇଥିବା ବେଶକୁ ରାତିରେ ବଡ଼ସିଂହାର ବେଶରେ ଭୂଷିତ କରାଯାଏ । କୋଭିଡ଼ କଟକଣା ହେତୁ ଶ୍ରଦ୍ଧାଳୁମାନେ ଗତବର୍ଷ ଏହି ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ ।

ସୂଚନା ମୁତାବିକ, ପ୍ରତିବର୍ଷ ତ୍ରିବେଣୀ ଅମାବାସ୍ୟା ପରେ ଓ ବସନ୍ତ ପଞ୍ଚମୀ ପୂର୍ବରୁ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ।

 

Get real time updates directly on you device, subscribe now.