ଶ୍ରୀନଗର: କୁଖ୍ୟାତ ଆତଙ୍କବାଦୀ ତଥା ପହଲଗାମ୍ ଆଟାକର ମାଷ୍ଟର ମାଇଣ୍ଡ ହାସିମ ମୁସା ନିପାତ ।
ଅପରେଶନ୍ ମହାଦେବର ଜରିଆରେ ସେନା ଗୁଳିରେ ମୁସା ନିହତ ହୋଇଥିବା ବଡ଼ ଖବର ସାମ୍ନାକୁ ଆସିଛି ।
ହାସିମ ମୁସାକୁ ଧରାଇଦେବା ଲାଗି ୨୦ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । କେବଳ ପହଲଗାମ୍ ନୁହେଁ ଅନ୍ୟ ଆତଙ୍କୀ ହମଲାରେ ମଧ୍ୟ ମୁସାର ବଡ଼ ଭୂମିକା ଥିଲା ।
ଆଗାମୀ ଦିନରେ ମୁସା ଭାରତରେ ବଡ଼ ଆଟାକ୍ ପାଇଁ ଯୋଜନା କରୁଥିବା ଆଶଙ୍କା କରାଯାଉଛି ।
ଶ୍ରୀନଗର ମହାଦେବ ପାହାଡ଼ରେ ଆରମ୍ଭ ହୋଇଛି ଅପରେଶନ୍ ମହାଦେବ । ଏହା ଜରିଆରେ ସେନା ଗୁଳିରେ ୩ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଇଛି ।
ଅପରେଶନ୍ ସିନ୍ଦୁର ଆରମ୍ଭରୁ ମୁସାକୁ ଧରିବା ପାଇଁ ସେନା ଓ ସ୍ଥାନୀୟ ପୋଲିସ ପକ୍ଷରୁ ଅପରେଶନ୍ ଆରମ୍ଭ କରାଯାଇଥିଲା । ମୁସା ଲକ୍ସର କମାଣ୍ଡର ବୋଲି ଜଣାପଡ଼ିଛି ।