ଭୁବନେଶ୍ୱର: ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ । ଶୀଘ୍ର ମୌସୁମୀ ଆସୁଥିବାରୁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଥିବା ସୂଚନା ।
ଜୁନ୍ ୨୩ ଉପନର୍ବାଚନ ନେଇ ଘୋଷଣା ହୋଇଥିଲା । ୧୧୩୧ଟି ଖାଲି ପଦ ପାଇଁ ହୋଇଥାଆନ୍ତା ଉପନିର୍ବାଚନ ।
ଜୁନ ୨୩ରେ ପଞ୍ଚାୟତ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୪୩ ସରପଞ୍ଚ, ୨୭୨ ୱାର୍ଡ ସଭ୍ୟ ପାଇଁ ଉପନିର୍ବାଚନ ହେବ । ଆସନ୍ତାକଲି ବ୍ଲକ, ପଞ୍ଚାୟତ, ୱାର୍ଡରେ ନୋଟିସ୍ ଜାରି ହେବ ବୋଲି କୁହ ଯାଇଥିଲା ।
ସୂଚନା ମୁତାବକ, ଆସନ୍ତା ୨୬ରୁ ୩୧ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବରଥିଲା । ୨୬,୨୮,୨୯,୩୦ ଏବଂ ୩୧ ତାରିଖରେ ନାମାଙ୍କନ ଦାଖଲ ହୋଇଥାନ୍ତା । ଜୁନ ୨ରେ ନାମାଙ୍କନ ଯାଞ୍ଚ ହେବା ସହ ୪ରେ ପ୍ରତ୍ୟାହାର ହେବାର ଥିଲା ।
ଜୁନ ୨୩ରେ ସକାଳ ୭ଟାରୁ ଦିନ ୧ ଯାଏଁ ହେବ ମତଦାନ କରାଯିବାର ଥିଲା । ୨୪ ତାରିଖରେ ବ୍ଲକ ଅଫିସରେ ଭୋଟ ଗଣତି ହୋଇଥାନ୍ତା ।