fbpx

ଏକାଧିକ ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ ନାକଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି । ୧୬ରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ଏକାଧିକ ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ ତାହା ନାକଚ ହେବ । ଯେଉଁ ଚିହ୍ନରେ କେହି ପ୍ରାର୍ଥୀ ନଥିବେ ତାହା ଫୋଲ୍ଡ ହୋଇ ରହିବ । ସେହି ଚିହ୍ନରେ କେହି ଭୋଟ୍ ଦେଲେ ତାହା ନାକଚ ହେବ ନାହିଁ । ସେହି ଚିହ୍ନରେ କେହି ପ୍ରତିଦ୍ୱନ୍ଦିତା କରୁନଥିବାରୁ ତାହା ନାକଚ ହେବ ନାହିଁ ।

ତେବେ ବୈଧ ଭୋଟ୍ ସଂପର୍କରେ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ୩୦ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଦିଆଯାଇଛି । ଏଥିରେ କୁହାଯାଇଛି ଯେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏକାଧିକ ପ୍ରାର୍ଥୀଙ୍କ ସପକ୍ଷରେ ମୋହର ବାଜିଥିଲେ ସେହି ଭୋଟକୁ ଅବୈଧ ଭାବେ ଗ୍ରହଣ କରାଯିବ । ଏଣୁ ଏହାକୁ ନାକଚ କରାଯିବ । କେଉଁ ଭଳି ସ୍ଥିତିରେ ଭୋଟ୍ ବୈଧ ଘୋଷଣା ହେବ, ସେନେଇ ବି ଏହି ଚିଠିରେ ସ୍ପଷ୍ଟୀକରଣ ଦିଆଯାଇଛି । ଭୋଟ୍ ଗଣତି ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଆଯିବାକୁ କୁହାଯାଇଛି ।

Get real time updates directly on you device, subscribe now.