fbpx

ସାବଧାନ ! ମାତା ପିତା ଅଧିକ ମଦ ପିଉଛନ୍ତି କି ? ଏହା ପିଲାଙ୍କୁ ମାନସିକ ରୋଗାଗ୍ରସ୍ତ କରିଥାଏ, ରିସର୍ଚରୁ ଖୁଲାସା

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ମଦ ପିଇବାକୁ ପସନ୍ଦ କରିଥାନ୍ତି । କେତେ ଜଣ ପାର୍ଟି ବା ସାଙ୍ଗସାଥିଙ୍କ ମେଳରେ କ୍ୱଚିତ ତ ଆଉ କିଛି ନିୟମିତ ଭାବେ ମଦ୍ୟପାନ କରିଥାନ୍ତି । ଅତ୍ୟାଧିକ ମଦ୍ୟପାନ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଜାଣିବା ସତ୍ତ୍ୱେ ମଧ୍ୟ ସେମାନେ ଏହି ନିଶା ଠାରୁ ନିଜକୁ ନିବୃତ୍ତ ରଖିପାରି ନଥାନ୍ତି । ମଦ ନିଶାରେ ବ୍ୟକ୍ତି ନିଜ ହିତାହିତ ଜ୍ଞାନ ହରାଇ ମାରପିଟ୍‌, ହତ୍ୟା, ଦୁଷ୍କର୍ମ ଭଳି ଅନେକ ମାମଲାରେ ସମ୍ପୃକ୍ତି ଥିବା ଘଟଣା ସାମ୍ନାକୁ ଆସିଛି । ନିକଟରେ ହୋଇଥିବା ଏକ ଗବେଷଣାରୁ ପ୍ରକାଶ କି ମାତା ପିତାମାନଙ୍କ ମଦ ପିଇବାର କୁଅଭ୍ୟାସ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଏହି ଅଭ୍ୟାସକୁ ନିୟନ୍ତ୍ରଣ କରିବା ସହ ପିଲାଙ୍କ ଭବିଷ୍ୟତକୁ ପ୍ରାଥମିକତା ଦେବା ଉଚିତ ।

ଟେକ୍ସାସ୍ ଏ ଆଣ୍ଡ୍ ଏମ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ପ୍ରକାଶ କି ଯେଉଁ ମାତା ପିତାମାନେ ଅତ୍ୟାଧିକ ମଦ୍ୟପାନ କରିଥାନ୍ତି ସେମାନଙ୍କ ସନ୍ତାନର ବିକାଶ ପ୍ରକ୍ରିୟା ଦୃତ ଗତିରେ ବୃଦ୍ଧି ହେବା ସହ ଗମ୍ଭୀର ରୋଗର ଶିକାର ହୋଇଥାନ୍ତି । ମାତା ପିତା ଅତ୍ୟାଧିକ ମଦ୍ୟପାନ କଲେ ପିଲାଙ୍କ ଠାରେ Fetal Alcohol Spectrum Disorder(FASD) ସମସ୍ୟା ଦେଖାଦେଇଥାଏ । ଏହି ଡିସଅର୍ଡ଼ର ପିଲାଙ୍କ ଶାରୀରିକ, ମାନସିକ ଏବଂ ଭାବନାତ୍ମକ ବିକାଶରେ ବାଧା ସୃଷ୍ଟି କରିଥାଏ । ସେମାନଙ୍କ ଠାରେ ଟାଇପ୍ ୨ ଡାଇବେଟିସ୍‌, ହୃରୋଗ ଏବଂ ମାନସିକ ବିକୃତ ଭଳି ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । ସାଧାରଣତଃ ଏହି ରୋଗ ବ୍ୟକ୍ତିକୁ ୪୦ରୁ ୫୦ ବର୍ଷ ମଧ୍ୟରେ ହୋଇଥାଏ କିନ୍ତୁ FASD ପୀଡ଼ିତ ପିଲାଙ୍କ କ୍ଷେତ୍ରରେ ଏହା କମ୍ ବୟସରେ ଦେଖାଦେଇଥାଏ ।

ପିଲାଙ୍କୁ କିପରି ପ୍ରଭାବିତ କରିଥାଏ Fetal Alcohol Spectrum Disorder ?

୧. ପିଲାଙ୍କ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଯୋଗୁ ସେମାନେ ବାରମ୍ବାର ସଂକ୍ରମଣର ଶିକାର ହୋଇଥାନ୍ତି । ପିଲାଙ୍କ ଠାରେ ମାନସିକ ଚାପ ଏବଂ ଚିନ୍ତା ଶୀଘ୍ର ବିକଶିତ ହୋଇଥାଏ । ଏହା ସେମାନଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

୨. କମ୍ ବୟସରୁ ସେମାନେ ଡିପ୍ରେସନ୍‌, ଅନ୍ୟ ଗମ୍ଭୀର ରୋଗର ସମ୍ମୁଖୀନ ହୋଇଥାନ୍ତି ।

Get real time updates directly on you device, subscribe now.