fbpx

ପରୀ ହତ୍ୟାକାଣ୍ଡ: ଆସନ୍ତାକାଲିଠାରୁ ବିଜେପିର ପଦଯାତ୍ରା

ଭୁବନେଶ୍ୱର, ୧୯ା୧୨ (ଓଡିଶା ଭାସ୍କର): ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ଘଟଣାକୁ ବିରୋଧ କରି ବିଜେପି ତରଫରୁ ଆସନ୍ତାକାଲିଠାରୁ ପଦଯାତ୍ରା ଆରମ୍ଭ କରାଯିବ । ତେବେ ଏହି ପଦଯାତ୍ରାରେ ସାମିଲ ହୋଇ ଏହାକୁ ସଫଳ କରିବାକୁ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଆହ୍ୱାନ ଦେଇଛନ୍ତି ।

ଯଦୁପୁର ଗାଁର ଶିଶୁ କନ୍ୟା ପରୀର ଅଙ୍ଗଚୋରି ଘଟଣାର ଦୋଷୀକୁ ରାଜ୍ୟ ସରକାର ଘଣ୍ଟ ଘୋଡ଼ାଉଥିବା ଦେଖାଯାଇଛି । ଏହାକୁ ବିରୋଧ କରି ଆସନ୍ତାକାଲିଠାରୁ ପଦଯାତ୍ରା କରାଯିବ । ଲିଙ୍ଗରାଜ ମନ୍ଦିରରୁ ଏହି ଯାତ୍ରା ଆରମ୍ଭ ହୋଇ ୫ଦିନରେ ଯଦୁପୁରରେ ପହଞ୍ଚିବ । ଏହି ଯାତ୍ରା ଭୁବନେଶ୍ୱରରୁ ଯାଆଁଳା, ସାରୁଅ, ବୋଲଗଡ଼, ଇଟାମାଟି, ଯଦୁପୁର ପର୍ଯ୍ୟନ୍ତ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.