fbpx

ପ୍ୟାରିସ ପାରାଅଲିମ୍ପିକ୍ସର ୧୦ମ ଦିନରେ ଭାରତକୁ ମିଳିଲା ୨ଟି ମେଡାଲ, କମାଲ କଲେ ନବଦୀପ ଏବଂ ସିମରନ ଶର୍ମା

ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସର ୧୦ମ ଦିନ ଭାରତକୁ ୨ଟି ମେଡାଲ ମିଳିଛି। ଯେଉଁଥିରେ ଗୋଟିଏ ରୌପ୍ୟ ଏବଂ ଅନ୍ୟଟି ବ୍ରୋଞ୍ଜ ସାମିଲ ରହିଛି। ରୌପ୍ୟ ମେଡାଲ ନବଦୀପ ଜାଭେଲିନ ଥ୍ରୋ ଏଫ୪୧ରେ ହାସଲ କରିଛନ୍ତି। ସେହିପରି ସିମରନ ଶର୍ମା ଓମେନ ୨୦୦ ମିଟର ଟି୧୨ର ଇଭେଣ୍ଟରେ ବ୍ରୋଞ୍ଜ କବଜା କରିଛନ୍ତି।

ଜାଭେଲିନ ଥ୍ରୋ ଏଫ୪୧ରେ ଭାରତର ଖାତାକୁ ସିଲଭର ମେଡାଲ ଆସିଛି। ନବଦୀପ ୪୭.୩୨ ମିଟରର ପର୍ସନାଲ ବେଷ୍ଟ ଥ୍ରୋ ସହ ଭାରତକୁ ପ୍ୟାରିସ ପାରାଅଲିମ୍ପିକ୍ସରେ ୨୯ଟି ମେଡାଲ ମିଳିଛି। ପାରା ଆଥଲେଟିକ୍ସ ଓମେନ୨୦୦ ମିଟର ଟି୧୨ର ଫାଇନାଲରେ ଭାରତର ସିମରନ ଶର୍ମା ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି। ସିମରନ ୨୪.୭୫ର ପର୍ସନାଲ ବେଷ୍ଟ ସହ ରେସକୁ ସମାପ୍ତ କରିଛନ୍ତି।

ମେନ୍ସ ଜାଭେଲିନ ଥ୍ରୋ ଏଫ୪୧ର ଫାଇନାଲରେ ନବଦୀପ ନିଜର ତୃତୀୟ ରାଉଣ୍ଡ ପରେ ପ୍ରଥମ ନମ୍ବରରେ ପହଞ୍ଚିଛନ୍ତି। ସେ ନିଜର ତୃତୀୟ ପ୍ରୟାସରେ ୪୭.୩୧୨ର ଦୂରତା ଅତିକ୍ରମ କରିଥିଲେ, ଯାହା ପାରାଲିମ୍ପିକ୍ସରେ ରେକର୍ଡରେ ପରିଣତ ହୋଇଛି।

Get real time updates directly on you device, subscribe now.