fbpx

ସଂସଦ ଅଧିବେଶନ ୨୦୨୪: ରାଜନାଥ ସିଂଙ୍କ ଅଫିସରେ ହେବ ବୈଠକ, ବାଚସ୍ପତିଙ୍କ ନିର୍ବାଚନରେ ସହମତି ପାଇଁ ମଲ୍ଲିକାର୍ଜୁନ ଖଡଗେଙ୍କୁ ମାଗିବେ ସହମତି

Advertisement

ଓଡିଶା ଭାସ୍କର: ୧୮ ତମ ଲୋକସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ସଂସଦରେ ହଙ୍ଗାମା ଦେଖିବାକୁ ମିଳିପାରେ । କଂଗ୍ରେସ ସହ ଅନ୍ୟ ବିପକ୍ଷୀ ନିଟ ପରୀକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ପାରନ୍ତି । ସେଥିପାଇଁ କେନ୍ଦ୍ରୀୟ ମନ୍ତ୍ରୀ ତଥା ବିଜେପି ନେତା ରାଜନାଥ ସିଂ ନିଜ ଅଫିସରେ ଫ୍ଲୋର ଲିଡରଙ୍କ ସହ ବୈଠକ କରିବେ । ଏହି ବୈଠକ ଦିନ ପ୍ରାୟ ୧୧ଟା ୧୫ ରେ ଆରମ୍ଭ ହେବ । ଏହି ପରିପ୍ରେକ୍ଷୀରେ ରାଜନାଥ, ବାଚସ୍ପତି ନିର୍ବାଚନରେ ସହଯୋଗ ଓ ସହମତି ପାଇଁ କଂଗ୍ରସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ସହ ଅନ୍ୟ ବିପକ୍ଷୀଙ୍କ ସହ ଆଲୋଚନା କରିବେ । ୨୬ ଜୁନରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ । ୨୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ସଦନର ସଂଯୁକ୍ତ ବୈଠକ କରିବେ ।

 

Get real time updates directly on you device, subscribe now.