fbpx

ଲଗାମଛଡା ଆଳୁଦର,ନିଘୋଡ ନିଦରେ ରାଜ୍ୟପ୍ରଶାସନ……

ଭୁବନେଶ୍ୱର: ପରିବା ଦର ବଢ଼ୁଥିବା ବେଳେ ଏବେ ଆଳୁ ଦର ମଧ୍ୟ ଆକାଶ ଛୁଆଁ ହେଲାଣି । ଧୀରେ ଧୀରେ ଏହାର ଦର ବୃଦ୍ଧି ପାଇବାରେ ଲାଗିଲାଣି । କେବଳ ଏତିକି ନୁହେଁ ଖୁଚୁରା ବ୍ୟବସାୟୀ ମାନେ ନିଜ ମନ ମୁତାବକ ଚଢ଼ା ଦରରେ ଆଳୁ ବିକୁଛନ୍ତି ।
ସୂଚନା ମୁତାବକ ଭୁବନେଶ୍ୱର ଆଇଗିଣିଆସ୍ଥିତ ପାଇକାରୀ ବଜାରରରେ ୪୬ କେଜି ଆଜୁ ବସ୍ତା ୯୨୦ ଟଙ୍କାରେ ବିକ୍ରି ହେଉଛି । ଯାହାକି ଦେଖିବାକୁ ଗଲେ କେଜି ପିଛା ୨୦ ଟଙ୍କା ପଡୁଛି । କେବଳ ଆଇଗିଣିଆ ନୁହେଁ ଏହା ବ୍ୟତୀତ ଭୁବନେଶ୍ୱରର ଅନ୍ୟ ସବୁ ବଜାରରରେ ମଧ୍ୟ ଏହି ବ୍ୟବସାୟୀ ମାନେ ଆଳୁ ବିକୁଛନ୍ତି ।

କିନ୍ତୁ ଚିନ୍ତା ର ବିଷୟ ହେଉଛି ଖୁଚୁରା ବ୍ୟବସାୟୀ ମାନେ ଏହି ସବୁ ଗୋଦାମରୁ ଆଳୁୂ ଆଣି ଏହାକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି । ସେଥିପାଇଁ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ଭିନ୍ନ ଭିନ୍ନ ଦରରେ ଆଳୁ ମିଳୁଛି । ଭୁବନେଶ୍ୱର ୧ନଂ ହାଟରେ ଆଳୁଦର କେଜି ପିଛା ୨୮ ଟଙ୍କା ରେ ବିକ୍ରି ହେଉଛି । ସେହିପରି କଟକର ଛତ୍ରବଜାର ଯେଉଁ ଠାରେ ସବୁ ଠାରୁ ସୁଲଭ ମୁଲ୍ୟରେ ପନିପରିବା ମିଳେ ଏବଂ ସେଠାରେ ରହିଥିବା ଆଳୁ ଗୋଦାମରେ ମଧ୍ୟ କେଜି ପିଛା ୨୫ ଟଙ୍କା ଦରରେ ଆଳୁ ମିଳୁଛି । ବାଲେଶ୍ୱରରେ କେଜି ପିଛା ୨୭ ଟଙ୍କା ରହିଥିବା ବେଳେ, କେରାପୁଟରେ ଦର ଆକାଶ ଛୁଆଁ । କୋରାପୁଟରେ ଆଳୁ କେଜି ପିଛା ୩୦ ଟଙ୍କା ରହିଛି । ସେହିପରି ସମ୍ବଲପୁରରେ ୨୮ ଟଙ୍କା, ଅନୁଗୁଳରେ ୩୦ ଟଙ୍କାରେ ଆଳୁ ବିକ୍ରି ହେଉଛି ।

ବର୍ତ୍ତମାନ ଗ୍ରାହକଙ୍କ ମନରେ ସବୁ ଠାରୁ ବଡ ପ୍ରଶ୍ନ ଉଙ୍କି ମାରୁଛି ଯେ କେଉଁ କାରଣରୁ ଖୁଚୁରା ବ୍ୟବସାୟୀ ମାନେ କେଜି ପିଛା ୮ ରୁ ୧୦ ଟଙ୍କା ଲାଭ ରଖି ଆଳୁ ବିକୁଛନ୍ତି ।ଏହି କ୍ଷେତ୍ରରେ ପୂର୍ବତନ ପ୍ରଶାସକ ଏବଂ ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ ର କହିବା ଅନୁସାରେ ରାଜ୍ୟସରକାରଙ୍କ ଆଳୁ ବଜାର ଉପରେ ନିୟନ୍ତ୍ରଣ ନାହିଁ । ଯାହା ଫଳ ସ୍ୱରୁପ ରାଜ୍ୟ ସରକାରଙ୍କୁ ଜଣା ନାହିଁ ଯେ ଗରିବ ଖାଉଟିଆ ମାନେ କେଉଁ ପ୍ରକାରର ଶୋଷଣା ଶୀକାର ହେଉଛନ୍ତି ।ବର୍ତ୍ତମାନ ବ୍ୟବସାୟୀ ଆଉ ପ୍ରଶାସନ ମଧ୍ୟରେ ଯେଉଁ ଦୂରତା ବଢ଼ୁଛି ତାହାର ଫଳ ଗ୍ରାହକ ମାନଙ୍କୁ ଭୋଗିବାକୁ ପଡୁଛି ବୋଲି ମତପ୍ରକାଶ ପାଉଛି ।

Get real time updates directly on you device, subscribe now.