ନୂଆଦିଲ୍ଲୀ: ପେଟିଏମର ପ୍ୟାରେଣ୍ଟ୍ କମ୍ପାନୀ ୱାନ୍୯୭ କମ୍ୟୁନିକେସନ୍ ନିଜର ବାର୍ଷିକ କାର୍ଯ୍ୟଦକ୍ଷତା ସମୀକ୍ଷା କରିବାକୁ ଯାଉଛି । ଏଭଳି ପରିସ୍ଥିତିରେ ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ, ଏହି ସମୀକ୍ଷାରେ କମ୍ପାନୀର ଅନେକ ବିଭାଗରୁ କର୍ମଚାରୀଙ୍କୁ ଛଟେଇ କରାଯାଇପାରେ ।
ନିକଟରେ ପେଟିଏମର ପେମେଣ୍ଟ ବ୍ୟାଙ୍କ ଉପରେ ଅନେକ ତ୍ରୁଟି ଯୋଗୁଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ଚର୍ଚ୍ଚାକୁ ଆସିଛି । ତଥାପି ଏହି ଛଟେଇ ଯୋଗୁଁ କେତେ ଲୋକ ଚାକିରି ହରାଇବେ ତାହା ନିଶ୍ଚିତ ହୋଇନାହିଁ । କେତେକ ବିଭାଗକୁ ନିଜର ଟିମର ଆକାରର ୨୦ ପ୍ରତିଶତ ପର୍ଯ୍ୟନ୍ତହ୍ରାସ କରିବାକୁ କୁହାଯାଇଛି ।
ମୁଖପାତ୍ର ଏକ ବୟାନରେ କହିଛନ୍ତି ଯେ, ‘ଆମେ ଆମର ବାର୍ଷିକ କାର୍ଯ୍ୟଦକ୍ଷତା ସମୀକ୍ଷା କରୁଛୁ, ଯାହା କମ୍ପାନୀଗୁଡିକ ମଧ୍ୟରେ ଅତି ସାଧାରଣ, ଯେଉଁଠାରେ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ଏବଂ ଭୂମିକା ଉପଯୁକ୍ତତା ଉପରେ ଆଧାର କରି ସଂଶୋଧନ କରାଯାଇପାରେ । ଏହା ବୁଝିବା ଜରୁରୀ ଯେ ଏହି ପ୍ରକ୍ରିୟା ଛଟେଇଠାରୁ ଭିନ୍ନ, ଯାହା କୌଣସି ସଂସ୍ଥାରେ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନର ଏକ ନିତିଦିନିଆ ଦିଗ । ‘ ଏଥିସହ କମ୍ପାନୀ କହିଛି ଯେ ସେମାନେ ନିଜ କାର୍ଯ୍ୟରେ ଏଆଇ ସଂଚାଳିତ ଅଟୋମେସିନ୍ ଲଙ୍କଜ୍ଞର କରିବା ଜାରି ରଖିଛନ୍ତି, ଯାହାକି କିଛି ଭୂମିକା ଉପରେ ଅଧିକ ପ୍ରଭାବ ପକାଇପାରେ ।
କର୍ମଚାରୀଙ୍କ ମଧ୍ୟରେ ଛଟେଇ ହେବାର ଭୟ :-
ଜାନୁଆରୀ ୩୧ ରେ ପେଟିଏମର ପାର୍ଟନର ବ୍ୟାଙ୍କ ଏବଂ ଏହାର ସହାୟକ କମ୍ପାନୀ – ପେଟିଏମ୍ ପେମେଣ୍ଟ ବ୍ୟାଙ୍କ (ପିପିବି) ଉପରେ ଆରବିଆଇ ଦ୍ୱାରା ହୋଇଥିବା କଟକଣା ପରେ କର୍ମଚାରୀମାନେ ଗୋଲାପୀ ସ୍ଲିପ୍ ମିଳିବାର ଭୟକୁ ନେଇ ଚିନ୍ତିତ ଥିବାବେଳେ ପେଟିଏମ୍ ଏହାର ବ୍ୟବସାୟକୁ ସଂଗଠିତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛି । ଏଥିରେ ବ୍ୟାଙ୍କିଙ୍ଗ ସହଭାଗୀତା, ନୂଆ ଟିପିଏପି ଲାଇସେନ୍ସ, ବ୍ୟବସାୟୀଙ୍କ ସ୍ଥାନାନ୍ତରଣ ଏବଂ ଭୁଲ ଯୋଗାଯୋଗ ସହିତ ମୁକାବିଲା ସାମିଲ ।