fbpx

ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ଡେଙ୍ଗା ହେଉଛନ୍ତି ଲୋକେ

ଆଜିର ବିଜ୍ଞାନ ଯୁଗରେ ସବୁ ସମ୍ଭବ ହୋଇପାରୁଛି । ଲୋକେ ଅସମ୍ଭବକୁ ବି ସମ୍ଭବ କରି ଦେଉଛନ୍ତି । ଦିନେ ଯାହା ଭାବନାର ବାହାରେ ଥିଲା ତାହା ଏବେ ବାସ୍ତବ ପାଲଟୁଛି । ଅନେକ ଲୋକ ଥା’ନ୍ତି ଯେଉଁମାନେ ନିଜର ଅଳ୍ପ ଉଚ୍ଚତାକୁ ନେଇ ଚିନ୍ତିତ ଥାନ୍ତି । ଅନେକ ପରିଶ୍ରମ କରି ବି ଡେଙ୍ଗା ହୋଇ ପାରନ୍ତି ନାହିଁ । ଏବେ କିନ୍ତୁ ଏହା ସମ୍ଭବ କରି ପାରୁଛନ୍ତି ୟୁଏସ୍ର ଜଣେ ସର୍ଜନ । ଯିଏକି ଲୋକଙ୍କୁ ସର୍ଜରୀ ମାଧ୍ୟମରେ ଡେଙ୍ଗା କରି ପାରୁଛନ୍ତି ।

ଏକ ରିପୋର୍ଟ ଅନୁସାରେ, ଆମେରିକାର ଜଣେ କସ୍ମେଟିକ୍ ସର୍ଜନଙ୍କ (ଯିଏକି ଗୋଡ଼କୁ ଲମ୍ୱା କରିବାରେ ମାହିର) କହିବାନୁସାରେ ଅନେକ ବଡ଼ ବଡ଼ ଟେକ୍ କମ୍ପାନୀର କର୍ମଚାରୀମାନେ ଡେଙ୍ଗା ହେବାକୁ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି । କସ୍ମେଟିକ୍ ସର୍ଜନ କେଭିନ ଦେବୀପର୍ଶାଦ ଏକ ମାସ ଧରି ଚାଲୁଥିବା କଷ୍ଟସାଧ୍ୟ ପ୍ରକ୍ରିୟାରେ ରୋଗୀଙ୍କର ଗୋଡ଼କୁ ଲମ୍ୱା କରି ପାରୁଛନ୍ତି । ମିଷ୍ଟର ଦେବୀପର୍ଶାଦ ଲାସ୍ ଭେଗାସରେ ନିଜର କ୍ଲିନିକ୍ ଖୋଲିଛନ୍ତି ।

ତାଙ୍କର ଗ୍ରାହକ ମଧ୍ୟରେ ଗୁଗଲ, ମାଇକ୍ରୋସଫ୍ଟ ,ଆମାଜନ ଓ ମେଟା (ଫେସବୁକ)ର କର୍ମଚାରୀମାନେ ଅଛନ୍ତି । ଯେଉଁମାନେ ଏହି ପ୍ରକ୍ରିୟା ପାଇଁ ୭୫,୦୦୦ଡଲାର ( ୫୯,୭୫,୨୪୩ ଟଙ୍କା) ପେମେଣ୍ଟ କରିଥାନ୍ତି । ସେ ୨୦୧୬ରୁ ଏହି ସଂସ୍ଥାକୁ ସ୍ଥାପନ କରିଥିଲେ ଏବଂ କୋଭିଡ୍ -୧୯ ସମୟରେ ତାଙ୍କର ବ୍ୟବସାୟ ଖୁବ୍ ବଢ଼ିଥିଲା । ରିପୋର୍ଟରେ କୁହାଯାଇଛି, ଏହି ପ୍ରକ୍ରିୟାର ମୂଲ୍ୟ ୭୦,୦୦୦ ଡଲାର ଓ ୧୫୦,୦୦୦ଡଲାର ମଧ୍ୟରେ ହୋଇଥାଏ । ଏହା ସେହି ଗ୍ରାହକଙ୍କ ଉପରେ ନିର୍ଭର କରିଥାଏ ସେ କେତେ ବଢ଼ାଇବାକୁ ଚାହାନ୍ତି ( ୩, ୪ , ୫ ନା ୬ ଇଞ୍ଚ ) ।

ଏହି ପ୍ରକ୍ରିୟାରେ ସଂପୃକ୍ତ ଥିବା ସଫ୍ଟୱେୟାର ଇଞ୍ଜିନୟରଙ୍କ ମଧ୍ୟରେ ଜଣେ କହିଛନ୍ତି , ସେ ସର୍ଜରୀ ପରେ ପ୍ରଥମ ୩ ମାସ ନିଜର ଆପାର୍ଟମେଣ୍ଟରେ ବିତାଇଛନ୍ତି ଏବଂ ଏହି ସମୟରେ ଭୋଜନର ଅର୍ଡର ଦେଇଛନ୍ତି । ସେ ବ୍ୟକ୍ତି ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ଡେଙ୍ଗା ହେଉଛନ୍ତି ଲୋକେ ୩ଇଞ୍ଚ ବଢ଼ାଇଛନ୍ତି- ୫ଫୁଟ-୬ଫୁଟ ରୁ ୫ଫୁଟ-୯ଯାଏ । ସେ କହିଛନ୍ତି ତାଙ୍କର ଅଧିକାଂଶ ଗ୍ରାହକ ପୁରୁଷ ଅଛନ୍ତି । ଏହି ପ୍ରକ୍ରିୟା କେମିତି କରାଯାଏ । କସ୍ମେଟିକ ସର୍ଜନ କହିଛନ୍ତି, ରୋଗୀଙ୍କର ଫ୍ୟୁମର (ଜଂଘ ହାଡ଼) ଭାଙ୍ଗି ଯାଇଛି ଏବଂ ଏଥିରେ ମେଟାଲ ନେଲ୍ ଭର୍ତ୍ତି କରାଯାଇଛି, ଯାହା ଏହାକୁ ନିୟନ୍ତ୍ରିତ କରେ । ଚୁମ୍ୱକୀୟ ରିମୋଟ କଣ୍ଟ୍ରୋଲରେ ନେଲକୁ ପ୍ରତିଦିନ ୩ମାସ ଯାଏ ବୃଦ୍ଧି କରାଯାଏ ।

Get real time updates directly on you device, subscribe now.