fbpx

Personality Development Tips: ନିଜକୁ ଅନ୍ୟ ସହ ତୁଳନା କରୁଛନ୍ତି କି ? ଏହା ଦୁର୍ବଳ ବ୍ୟକ୍ତିତ୍ୱର ସଂକେତ ଅଟେ…ସମୟ ପୂର୍ବରୁ ନିଜକୁ ସୁଧାରି ନିଅନ୍ତୁ

ଓଡ଼ିଶା ଭାସ୍କର: ବ୍ୟକ୍ତିର ପର୍ସନାଲିଟି ବା ବ୍ୟକ୍ତିତ୍ୱ ସେମାନଙ୍କ ବ୍ୟବହାରରୁ ଜଣା ପଡ଼ିଥାଏ । ସେମାନଙ୍କ କଥାବାର୍ତ୍ତା, ଚିନ୍ତାଧାରା, ରୁଚି ଇତ୍ୟାଦି ପର୍ସନାଲିଟି ବିଷୟରେ ଅନେକ କିଛି କହିଥାଏ । ସମାଜରେ ଆମେ ଅନେକ ସକାରାତ୍ମକ ଏବଂ ନକାରାତ୍ମକ ପର୍ସନାଲିଟି ବ୍ୟକ୍ତିଙ୍କୁ ଭେଟିଥାଉ ଯେଉଁମାନେ ଅନେକ ଉପାୟରେ ଆମକୁ ପ୍ରଭାବିତ କରିଥାନ୍ତି । ଅନେକ ସମୟରେ ଆମେ ନିଜ କ୍ଷମତା ଉପରେ ସନ୍ଦେହ କରିଥାଉ ଯାହା ଧିରେ ଧିରେ ଆମ ଆତ୍ମବିଶ୍ୱାସକୁ ହ୍ରାସ କରିଥାଏ । ତେବେ ନିମ୍ନଲିଖିତ ୩ ଟି କାରଣ ପାଇଁ ଆମ ପର୍ସନାଲିଟି ଦୁର୍ବଳ ହୋଇଥାଏ ।

୧. ଅନୁଶାସନହୀନତା: ଅନୁଶାସନ ଜୀବନକୁ ଏକ ନୂତନ ଗତି ଦେଇଥାଏ । ଅନୁଶାସନହୀନତା, ଲକ୍ଷହୀନ ଜୀବନ ପରି ଅଟେ । ଏହା ବ୍ୟକ୍ତିକୁ ଦିଗହରା ଓ ଭ୍ରମିତ କରାଇଥାଏ । ଅନ୍ୟ ପୂର୍ବରୁ ପ୍ରଥମେ ନିଜକୁ ସୁଧାରିବାକୁ ପଡ଼ିଥାଏ । ନିଜକୁ ଅନୁଶାସନରୁ ଦୂରେଇ ରଖିଲେ ସାମ୍ନା ବ୍ୟକ୍ତି ଆପଣଙ୍କୁ ଦୁର୍ବଳ ମନେ କରିଥାଏ । ବ୍ୟକ୍ତିତ୍ୱ ବିକାଶରେ ପ୍ରଥମ ପାହାଚ ହେଉଛି ଅନୁଶାସନ । ଏହା ଦ୍ୱାରା ଆପଣ ଅନ୍ୟକୁ ପ୍ରଭାବିତ କରିପାରିବେ । ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ ଅନୁଶାସନ ଜରୁରୀ ଅଟେ ।

୨. ତୁଳନା କରିବା: ଅଧିକାଂଶ ସମୟରେ ବ୍ୟକ୍ତି ନିଜକୁ ଅନ୍ୟ ସହ ତୁଳନା କରିଥାଏ । ଏଭଳି ବ୍ୟକ୍ତି ନିଜେ ଖୁସିରେ ରହିପାରେନି କି କାହାକୁ ଖୁସିରେ ରହିବାକୁ ଦିଏ ନାହିଁ । ଫଲରେ ମନରେ ନକାରାତ୍ମକ ଚିନ୍ତାଧାରା ଆସିବା ସହ ଆତ୍ମବିଶ୍ୱାସ ସ୍ତର ହ୍ରାସ ପାଇଥାଏ ଯାହା ସେମାନଙ୍କ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ । ତେଣୁ ମନେ ରଖନ୍ତୁ କି ପ୍ରତ୍ୟେକ ବ୍ୟକ୍ତି ଭିନ୍ନ ଏବଂ ସମସ୍ତ ନିଜ କ୍ଷମତା ଅନୁଯାୟୀ କାର୍ଯ୍ୟ କରିଥାନ୍ତି । ଅନ୍ୟମାନଙ୍କୁ ଗୁରୁତ୍ୱ ଦେବା ଅପେକ୍ଷା ନିଜ ଉପରେ ଫୋକସ୍ କରନ୍ତୁ ।

୩. ଭାବନା ବ୍ୟକ୍ତ କରିବା: କଥାରେ ଅଛି ବ୍ୟକ୍ତିର ଚିନ୍ତାଧାରା ତା’ର ସଂଗତ ଉପେର ନିର୍ଭର କରିଥାଏ । ତେଣୁ ସବୁବେଳେ ସକାରାତ୍ମକ ଏବଂ ପ୍ରେରଣାଦାୟୀ ଲୋକଙ୍କ ଗହଣରେ ରୁହନ୍ତୁ । ଏହା ଆପଣଙ୍କ ପର୍ସନାଲିଟିକୁ ଦୁର୍ବଳ ହେବାକୁ ଦିଏନାହିଁ । ନିଜ କଥାକୁ ସ୍ପଷ୍ଟ ଏବଂ ସଂକ୍ଷିପ୍ତ ଭାବେ ଅନ୍ୟ ସାମ୍ନାରେ ଉପସ୍ଥାପନା କରିବା ଶିଖନ୍ତୁ । ଏହା ଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ । ନର୍ଭସ ହୋଇ ସାମ୍ନା ବ୍ୟକ୍ତିକୁ ନିଜ ଦୁର୍ବଳତା ବିଷୟରେ କିଛି ବି ସଂକେତ ଦିଅନ୍ତୁ ନାହିଁ ।

୪. ନିଜ କମଫର୍ଟ ଜୋନରୁ ବାହାରିବା: ଅଧିକାଂଶ ବ୍ୟକ୍ତି ନିଜ କମଫର୍ଟ ଜୋନରେ ରହିବା ପସନ୍ଦ କରିଥାନ୍ତି । ଏହା ସେମାନଙ୍କ କ୍ୟାରିୟର ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ । ଜୀବନରେ ଉତ୍ଥାନ ପତନ ଲାଗି ରହିଥାଏ କିନ୍ତୁ ଏହା ମାନେ ନୁହେଁ କି ଆମେ ରିସ୍କ ନେବାକୁ ପଛଘୁଞ୍ଚା ଦେବା । ଜୀବନରେ ଅନେକ ଦିଗକୁ ଏକ୍ସପ୍ଲୋର କରିବା ଉଚିତ । ଅନ୍ୟମାନଙ୍କ ସହ ନ ମିଶିଲେ ଆମ କମ୍ୟୁନିକେସନ ସ୍ତର ଧିରେ ଧିରେ ହ୍ରାସ ହୋଇଥାଏ । ଜୀବନରେ ସଂଘର୍ଷ ନ କଲେ ସଫଳତାର ସ୍ୱାଦ ମିଳିନଥାଏ ତେଣୁ ଅନେକ ସମୟରେ ଚ୍ୟାଲେଞ୍ଜ ସ୍ୱିକାର କରିବା ଉଚିତ ।

Get real time updates directly on you device, subscribe now.