fbpx

(VIDEO) ସୁମିତଙ୍କ ମା’ ଓ ଜେଜେମାଙ୍କ ପକ୍ଷରୁ ଆଗତ ପିଟିସନକୁ ଖାରଜ୍ କଲେ କୋର୍ଟ, ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ରେ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କର ପାରିବାରିକ ମାମଲାକୁ ନେଇ ଗତକାଲି ଦୁଇଟି ଦୁଇଟି ପିଟିସନର ଶୁଣାଣି ଥିଲା । ତେବେ ସୁମିତଙ୍କ ମାଆ ଓ ଜେଜେମାଆଙ୍କ ପକ୍ଷରୁ ତପସ୍ୱିନୀଙ୍କ ବିରୋଧରେ ଆଗତ ହୋଇଥିବା ପିଟିସନକୁ ଖାରଜ କରିଦେଇଛନ୍ତି କୋର୍ଟ । ଏନେଇ ତପସ୍ୱିନୀଙ୍କ ଓକିଲ କହିଛନ୍ତି ଯେ, ତପସ୍ୱିନୀ ସୁମିତଙ୍କ ଘରେ ରହିବା ସହ ସୁମିତ ପ୍ରତି ମାସରେ ୧୭ ହଜାର ତପସ୍ୱିନୀଙ୍କୁ ଦେବେ ବୋଲି ପୂର୍ବରୁ ଜିଲ୍ଲା କୋର୍ଟ ଅର୍ଡର କରିଥିଲେ । ଉଭୟ ପକ୍ଷ କୌଣସି ଗଣ୍ଡଗୋଳ କରିପାରିବେ ନାହିଁ । ତେବେ ସୁମିତଙ୍କ ପରିବାର ପକ୍ଷରୁ ସୁରକ୍ଷା ନେଇ ଆଗତ ହୋଇଥିବା ପିଟିସନକୁ ରିଜେକ୍ଟ କରାଯାଇଛି । ଯେହେତୁ ଉପରିସ୍ଥ କୋର୍ଟ ଏନେଇ ଅର୍ଡର କରିସାରିଛନ୍ତି, ତେଣୁ ତଳକୋର୍ଟ ଏନେଇ କୌଣସି ରାୟ ଦେଇପାରିବେ ନାହିଁ । ମୂଳ ପିଟିସନ ଉପରେ ସୁମିତଙ୍କ ପକ୍ଷ କାଉଣ୍ଟର କଲା ପରେ ଆସନ୍ତା ୧୭ରେ ଶୁଣାଣି ହେବ ।

ସୂଚନାଯୋଗ୍ୟ ଯେ, ଗତକାଲି ମାସର ୧୦ ତାରିଖ ଥିବାରୁ ଏହିଦିନ ସୁମିତ ତପସ୍ୱିନୀଙ୍କୁ ଭରଣପୋଷଣ ନିମନ୍ତେ ୧୭ ହଜାର ଟଙ୍କା ଦେବାର ଥିଲା । ତେବେ ମାସେ ପୂରି ନଥିବାରୁ ସୁମିତ ଏହି ଟଙ୍କା ଦେବେ ନାହିଁ ବୋଲି ତାଙ୍କ ଓକିଲ କହିଥିଲେ । ସେହିପରି ଟଙ୍କା ନଦେଲେ ଆମେ କୋର୍ଟରେ ଏକ ନୂଆ ପିଟିସନ ଦାୟର କରିବୁ ବୋଲି କହିଛନ୍ତି ତପସ୍ୱିନୀଙ୍କ ଓକିଲ । ତପସ୍ୱିନୀଙ୍କ ପକ୍ଷରୁ ତାଙ୍କର ଶ୍ୱଶୁର ଘରେ ରହିବା ଓ ରକ୍ଷଣାବେକ୍ଷଣ ନେଇ ଆଗତ କରାଯାଇଥିବା ପିଟିସନର ଶୁଣାଣି ଆସନ୍ତା ୧୯ ତାରିଖରେ ହେବ ।

Get real time updates directly on you device, subscribe now.