fbpx

୨୦ ଫୁଟ୍ ତଳକୁ ଖସିଲା ତୀର୍ଥଯାତ୍ରୀ ବସ, ୪ ମୃତ, ୪୩ ଆହତ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଥିଲା ତୀର୍ଥଯାତ୍ରୀ ବସ୍ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ଜଣ ପୁରୁଷ ଥିବା ଜଣାପଡ଼ିଛି । ଆହତଙ୍କ ମଧରୁ ୧୭ ଜଣ ଗୁରୁତରଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ୬୦ ନମ୍ବର ଜାତୀୟ ରାଜପଥ ଏକତାଳି ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଉକ୍ତ ବସଟି ୟୁପିର ଏବଂ ଏହା କୋଲକାତାରୁ ପୁରୀ ଅଭିମୁଖେ ଯାଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.