ବିମାନରେ ପକ୍ଷୀ ମାଡ଼ ହେବା କେତେ ଭୟଙ୍କର? ଜାଣନ୍ତୁ “Bird Hit” ଯୋଗୁଁ କୋରିଆରେ କିପରି ଘଟିଲା ପ୍ଲେନ୍ କ୍ରାସ

ନୂଆଦିଲ୍ଲୀ: ବିମାନରେ ପକ୍ଷୀମାନଙ୍କର ମାଡ଼ ହେବା ବର୍ତ୍ତମାନ ସାଧାରଣ କଥା ହୋଇଗଲାଣି, ହେଲେ ଏହା ଅନେକ ଥର ଏତେ ମାତ୍ରାରେ ଭୟଙ୍କର ହୋଇପାରେ ବୋଲି ଆପଣ ବିଶ୍ୱାସ କରିପାରିବେନି। ଏହାକୁ ‘ବାର୍ଡ ହିଟ୍‌’ କୁହାଯାଇଥାଏ। ତେବେ ବର୍ତ୍ତମାନ ବାର୍ଡ ହିଟ୍ ଯୋଗୁଁ ଦକ୍ଷିଣ କୋରିଆରେ ୧୨୪ ଜଣଙ୍କ ପ୍ରାଣହାନି ଘଟିଛି। ରବିବାର ସକାଳେ ଦକ୍ଷିଣ କୋରିଆର ମୁଆନ ଏୟାରପୋର୍ଟରେ ଏକ ବିମାନ ଲ୍ୟାଣ୍ଡିଂ କରୁଥିବା ସମୟରେ ପକ୍ଷୀ ମାଡ଼ ଯୋଗୁଁ ଲ୍ୟାଣ୍ଡିଂ ଗିୟର ଫେଲ୍ ହୋଇଯାଇଥିଲା।

ଯାହାପରେ ବିମାନ ପାଚେରୀରେ ବାଜି ବ୍ଲାଷ୍ଟ ହୋଇଯାଇଥିଲା। ଏହି ବିମାନରେ ଯାତ୍ରା କରୁଥିବା ଲୋକଙ୍କର ପ୍ରାଣହାନି ଘଟିଛି। ତେବେ ଆସନ୍ତୁ ଜାଣିବା ଏତେ ବଡ଼ ବିମାନ ପକ୍ଷୀ ଭଳି ଛୋଟ ବସ୍ତୁ ସହ ମାଡ଼ ହେଲେ ଅନିୟନ୍ତ୍ରିତ କାହିଁକି ହୋଇଯାଏ।

ପକ୍ଷୀ ମାଡ଼ହବୋ ହେବାରେ ବିମାନର କେଉଁ କ୍ଷତି ଘଟେ: ପକ୍ଷୀମାନେ ବିମାନରେ ଅନେକଥର ମାଡ଼ ହେବା ସତ୍ତ୍ୱେ କୌଣସି କ୍ଷତି ଘଟିନାହିଁ। କିନ୍ତୁ ଅନେକଥର ଏହା ଭୟଙ୍କର ମଧ୍ୟ ହୋଇପାରେ। ପକ୍ଷୀ ମାଡ଼ ହେବା ଦ୍ୱାରା ବିମାନର ଇଞ୍ଜିନ ଅଚାନକ ବନ୍ଦ ହୋଇଯାଇଥାଏ। ଅନେକଥର ଇଞ୍ଜିନ ସଂପୂର୍ଣ୍ଣ ଭାବେ ଫେଲ୍ ହୋଇପାରେ ଏବଂ ବନ୍ଦ ମଧ୍ୟ ହୋଇପାରେ। ବାର୍ଡ ହିଟ୍ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ହୋଇଥାଏ। ପାଇଲଟଙ୍କୁ ଏଥିରୁ ସତର୍କ ରହିବା ଲାଗି ଟ୍ରେନିଂ ମଧ୍ୟ ପ୍ରଦାନ କରାଯାଇଥାଏ।

ହେଲେ ଯେବେ କୌଣସି ପକ୍ଷୀ ଅଚାନକ ବିମାନ ସାମ୍ନାକୁ ଆସିଥାଏ, ଏହା ଯାତ୍ରୀମାନଙ୍କ ଜୀବନକୁ ବିପଦରେ ପକାଇପାରେ। ଏଥିରୁ ବଞ୍ଚିବା ପାଇଁ ଅନେକ ବିମାନ ନିର୍ମାତା ଟର୍ବୋଫ୍ୟାନ ଇଞ୍ଜିନର ବ୍ୟବହାର କରିଥାଆନ୍ତି। ପକ୍ଷୀମାନଙ୍କ ମାଡ଼ରେ ବିମାନର ପଙ୍ଖା କ୍ଷତିଗ୍ରସ୍ତ ହୋଇଥାଏ ଏବଂ ଏଥିରେ ଇଞ୍ଜିନ ଫେଲ୍ ହୋଇ ନିଆଁ ଲାଗିଯାଇଥାଏ।