fbpx

ପବଜିରେ ପ୍ଲେୟର୍ସ ମାନେ ଖୁବ୍ ଉଡାଉଛନ୍ତି ଟଙ୍କା, ଏବେସୁଦ୍ଧା ଖର୍ଚ୍ଚ କଲେଣି ଏତେ ହଜାର କୋଟି

ନୂଆଦିଲ୍ଲୀ: ପବଜି ମୋବାଇଲ୍ ବର୍ତ୍ତମାନ ପିଢ଼ିଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ଗେମ୍ ପାଲଟିଛି । ଗେମର୍ସ ମାନେ ଏଥିରେ ଖୁବ୍ ଟଭ୍କା ଉଡାଉଛନ୍ତି । ଏବେସୁଦ୍ଧା ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି । ଏ ସମ୍ପର୍କୀତ ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହାଏବେ ଖୁବ୍ ତାଜୁବ୍ କରିଛି । ରିପୋର୍ଟ ଅନୁସାରେ, ପବଜି ମୋବାଇଲ୍ ଗେମ୍ ଏବେସୁଦ୍ଧା ୭ ବିଲିୟନ୍ ଡଲାର୍(ପ୍ରାୟ ୫୨ହଜାର କୋଟି ଟଙ୍କା) ପ୍ଲେୟର୍ ସ୍ପିଡିଂ କୁ ପାର୍ କରିଛି । ଏହା ହେଉଛି ଆପଲ୍ ଓ ଗୁଗୁଲ ପ୍ଲେ ଷ୍ଟୋର୍ ର ୱର୍ଡ ୱାଇଡ୍ ଡାଟା ।

ସେନସର୍ ଟାୱାରର ରିପୋର୍ଟ ଅନୁସାରେ, ପବଜି ମୋବାଇଲ୍ କ୍ୟୁ୩ ୨୦୨୧ରେ ୭୭୧ ମିଲିୟନ୍ ଡଲାର୍(ପ୍ରାୟ ୫୨୧୯ କୋଟିଟଙ୍କା) ରେକର୍ଡ ହିଟ୍ କରିଛି । ପବଜି ମୋବାଇଲ୍ ୨୦୨୧ରେ ଦୈନିକ ହାରାହାରୀ ୮.୧ ମିଲିୟନ୍ ଡଲାର୍ ଜେନେରେଟ୍ କରିଛି । ସବୁଠାରୁ ଅଧିକ ରୋଜଗାର ହୋଇଛି ଚୀନରୁ । ଅର୍ଥାତ୍ ଚୀନ ଏହି ଗେମ୍ ଟାଇଟଲ୍ ର ସବୁଠାରୁ ବଡ଼ ରେଭିନ୍ୟୁ ମାର୍କେଟ । ଏହାର ଭାରିଆଣ୍ଟ ଟାଇଟଲ୍ “ଗେମ୍ ଫର୍ ପିସ୍” ଚୀନରେ ଏବେସୁଦ୍ଧା ୪ ବିଲିୟନ୍ ଡଲାର୍ ରୋଜଗାର କରିଛି । ଅର୍ଥାତ୍ ଗ୍ଲୋବାଲ୍ ସ୍ପିଡିଂର ଏହା ହେଉଛି ୫୭ ପ୍ରତିଶତ ।

ରିପୋର୍ଟ ଅନୁସାରେ, ଏହି ଆନାଲିସିସ୍ ରେ ଥାର୍ଡ ପାର୍ଟି ଆଣ୍ଡ୍ରଏଡ୍ ଷ୍ଟାର୍ସକୁ ସାମିଲ କରାଯାଇନାହିଁ । ଚୀନ ବ୍ୟତୀତ ପବଜି ମୋବାଇଲ୍ ୩ ବିଲିୟନ୍ ଡଲାରରୁ ଅଧିକ ରୋଜଗାର କରିଛି । ଚୀନ ପରେ ଆମେରିକାରେ ପ୍ଲେୟର୍ସଙ୍କ ଠାରୁ ଅଧିକ ରୋଜଗାର ହୋଇଛି । ଏଠାରେ ଗେମ୍ ର ଟୋଟାଲ୍ ରେଭିନ୍ୟୁ ସ୍ପିଡିଂ ୧୧.୮ ପ୍ରତିଶତ । ଏହା ସହିତ ତୃତୀୟ ସ୍ଥାନରେ ରହିଛି ଜାପାନ । ଏଠାରେ ରେଭିନ୍ୟୁ ସ୍ପିଡିଂ ୪.୨ ପ୍ରତିଶତ ରହିଛି ।

Get real time updates directly on you device, subscribe now.