fbpx

ପିଏମ ଆବାସକୁ ନେଇ ବଡ଼ ଘୋଷଣା କଲେ ସରକାର! ହିତାଧିକାରୀଙ୍କୁ ମିଳିବ ଫାଇଦା

Advertisement

ନୂଆଦିଲ୍ଲୀ: ପିଏମ ଆବାସ ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ସରକାର କରିଛନ୍ତି ବଡ଼ ଘୋଷଣା, ଯାହାଫଳରେ ହିତାଧିକାରୀଙ୍କୁ ଫାଇଦା ମିଳିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ୨୦୨୪ ଯାଏ ଚାଲୁ ରଖିବା ପାଇଁ ସରକାର ମଂଜୁରୀ ଦେଇଛନ୍ତି ।

ଏହି ଯୋଜନାରେ ସରକାର ୨.୯୫ କୋଟି ପକ୍କା ଘର ଗ୍ରାମୀଣ କ୍ଷେତ୍ରରେ ଦେବାକୁ ଘୋଷଣା କରିଛନ୍ତି । ଏପର୍ଯ୍ୟନ୍ତ ୨ କୋଟି ପକ୍କା ଘର ଦିଆଯାଇ ସାରିଲାଣି । ତେବେ ଏବେ ବି ଏମିତି ପରିବାର ରହିଛନ୍ତି ଯେଉଁମାନେ ଘର ଖଣ୍ଡିଏ ପାଇ ନାହାଁନ୍ତି । ଯାହାକୁ ଧ୍ୟାନରେ ରଖି ସରକାର ଏହି ଘୋଷଣା କରିଛନ୍ତି । ଏହାଦ୍ୱାରା ଲକ୍ଷ ଲକ୍ଷ ଗ୍ରାମୀଣ ବ୍ୟକ୍ତି ଉପକୃତ ହେବେ ।

ସରକାର ଦେଇଥିବା ସୂଚନା ମୁତାବକ ଏହି ଯୋଜାନରେ କେନ୍ଦ୍ର ସରକାର ମୋଟ ୧,୪୩,୭୮୨ କୋଟି ଟଙ୍କା ଖର୍ଚ୍ଚ କରିବେ । ଏଥିପାଇଁ ନାବାର୍ଡକୁ ଲୋନ ସୁଧ ରିପେମେଣ୍ଟ ପାଇଁ ୧୮,୬୭୬ କୋଟି ଟଙ୍କା ଦେବାକୁ ପଡିବ । ଏହି ଯୋଜନାରେ ପାହାଡି ରାଜ୍ୟକୁ ମଧ୍ୟ ସରକାର ୯୦ ପ୍ରତିଶତ ଓ ୧୦ ପ୍ରତିଶତ ଆଧାରରେ ପେମେଣ୍ଟ କରିବେ । ଅନ୍ୟ ରାଜ୍ୟକୁ ୬୦/୪୦ ପ୍ରତିଶତ ଓ କେନ୍ଦ୍ର ଶାସିତ ରାଜ୍ୟ ପାଇଁ ସରକାର ୧୦୦ ପ୍ରତଶତ ଟଙ୍କା ଖର୍ଚ୍ଚ କରିବେ ।

ସରକାର ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ପାଇଁ ଶୌଚାଳୟ ତିଆରି ପାଇଁ ୧୨,୦୦୦ ଟଙ୍କା ଦେଉଛି । ଯାହା ଘର ନିର୍ମାଣ ବାଦ ଦିଆଯାଉଛି । ଏହି ଯୋଜନାରେ ସରକାର ପ୍ରତି ପରିବାରକୁ ଘର, ପାଣି, ବିଜୁଳି ଓ ଶୌଚାଳୟ ଦେବାକୁ ସଂକଳ୍ପ କରିଛନ୍ତି ।

Get real time updates directly on you device, subscribe now.