ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କ ଖାତାକୁ ପଇସା ପଠାଇଥାନ୍ତି କେନ୍ଦ୍ର ସରକାର । ଏହି ଯୋଜନା ଅନ୍ତର୍ଗତ ସରକାର କୃଷକଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା ପଠାଇଥାନ୍ତି । ବର୍ତ୍ତମାନ ସୁଦ୍ଧା ୧୦ଟି କିସ୍ତିରେ କୃଷକ ମାନଙ୍କ ଖାତାକୁ ଅର୍ଥ ଆସିଥିବା ବେଳେ ଖୁବଶୀଘ୍ର ୧୧ ତମ କିସ୍ତି ଟଙ୍କା ଆସିବାକୁ ଯାଉଛି । ତେବେ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ୍ କିଶାନ ଯୋଜନାରେ କିଛି ପରିବର୍ତ୍ତନ କରାଯାଇଛି । ସରକାରଙ୍କ ପକ୍ଷରୁ ଏହି ଯୋଜନାରେ ଦୁଇଟି ବଡ ପରିବର୍ତ୍ତନ କରାଯାଇଛି ।
ପୂର୍ବରୁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଥିବା ବେଳେ ବର୍ତ୍ତମାନ ଷ୍ଟାଟସ ଚେକର ପ୍ରସେସକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଯେ କେହି ବି ଅନ୍ୟ ମାନଙ୍କର ଷ୍ଟାଟସ୍ ଦେଖି ପାରୁଥିଲେ । ମାତ୍ର ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇଛି । ପୂର୍ବରୁ କେବଳ ମୋବାଇଲ ନମ୍ବରରେ ଷ୍ଟାଟସ ଦେଖି ହେଉଥିବା ବେଳେ ବର୍ତ୍ତମାନ ଆଧାର ନମ୍ବର କିମ୍ବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଜରିଆରେ ହିଁ ଏହି ଷ୍ଟାଟସ ଚେକ୍ କରିହେବ ।
ଏହା ସହିତ ଯଦି ସ୍ୱାମୀ ସ୍ତ୍ରୀ ଉଭୟଙ୍କ ଆକାଉଣ୍ଟକୁ ଯଦି ପିଏମ୍ କିଶାନ ଟଙ୍କା ଆସୁଥାଏ ତାହେଲେ ଜଣଙ୍କ ଆକାଉଣ୍ଟରୁ ଏହା ଫେରାଇ ନିଆଯିବ । ଏହା ସହିତ ସରକାରଙ୍କ ପକ୍ଷରୁ ନୋଟିସ୍ ମଧ୍ୟ ଦିଆଯିବ ।
ଯଦି କୌଣସି କୃଷକ ଚାଷ କରୁ ନାହାନ୍ତି ତାହେଲେ ସେମାନଙ୍କୁ ମଧ୍ୟ ଏହି ଅର୍ଥରାଶି ଦିଆଯିବ ନାହିଁ । କୃଷି ବଦଳରେ ଯଦି ଜମିରେ ଅନ୍ୟ କୌଣସି କାମ କରାଯାଉଥାଏ ତାହେଲେ ମଧ୍ୟ ଅର୍ଥ ପ୍ରଦାନ କରାଯିବ ନାହିଁ ।
ଯଦି କେହି ଲୋକ ଡାକ୍ତର, ଇଞ୍ଜିନିୟର, ଓକିଲ, ଚାଟାର୍ଡ ଆକାଉଣ୍ଟାଣ୍ଟ କିମ୍ବା ସେମାନଙ୍କ ପରିବାର ଲୋକଙ୍କ ଆକାଉଣ୍ଟକୁ ଅର୍ଥ ରାଶି ପ୍ରଦାନ କରାଯିବ ନାହିଁ ବୋଲି କୁହାଯାଇଛି ।