ମଣିପୁରକୁ ଫେରିବ ଶାନ୍ତି ; ଦୀର୍ଘ ଦିନର ଅପେକ୍ଷା ପରେ ଆଜି ମଣିପୁର ଗସ୍ତରେ ଯିବେ ମୋଦୀ
ଆଜି ମଣିପୁର ଗସ୍ତରେ ଯିବେ ମୋଦୀ...
ନୂଆଦିଲ୍ଲୀ: ଆଜି ମଣିପୁର ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟାହ୍ନ ସାଢ଼େ ୧୨ଟାରେ ଚନ୍ଦ୍ରପୁର ଜିଲ୍ଲାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସେଠାରେ ସେ ରିଲିଫ୍ କ୍ୟାମ୍ପରେ ଥିବା ବିସ୍ଥାପିତଙ୍କ ସହ କଥା ହେବେ । ପ୍ରଧାନମନ୍ତ୍ରୀ ଉଭୟ ମେଇତେଇ ଓ କୁକି ସଂପ୍ରଦାୟର ଲୋକଙ୍କୁ ଭେଟିବେ । ଏହାପରେ ଚନ୍ଦ୍ରପୁରରେ ବିଭିନ୍ନ ବିକାଶମୂଳକ କାମର ଶିଳାନ୍ୟାସ ଓ ଉଦଘାଟନ କରିବେ ।ଚନ୍ଦ୍ରପୁରରୁ ରାଜଧାନୀ ଇମ୍ଫାଲ ଯିବେ ପ୍ରଧାନମନ୍ତ୍ରୀ । ସେଠାରେ ମଧ୍ୟ ରିଲିଫ ଶିବିରରେ ଥିବା ଲୋକଙ୍କ ସହ କଥା ହେବେ । ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବାକୁ ଯାଉଛି।
ରାଜ୍ୟରେ ୭ ହଜାର ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥି ସହିତ କାର୍ଯ୍ୟକ୍ଷମ ହେବାକୁ ଥିବା ୧୨ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ୨୭ ମାସ ଧରି ମଣିପୁରରେ ଜାତିଆଣ ହିଂସାଲାଗି ରହିଥିବା ବେଳେ ପାଖାପାଖି ୫୭ ହଜାର ଲୋକଙ୍କୁ ୨୮୦ଟି ରିଲିଫ୍ କ୍ୟାମ୍ପରେ ୨ ବର୍ଷରୁ ଅଧିକ ହେବ ରଖାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପୂରା ମଣିପୁରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।
ମୋଦୀଙ୍କ ଗସ୍ତ ଖାସ କାହିଁକି :ମେ ୨୦୨୩ରେ ଜାତିଗତ ହିଂସା ଦେଖାଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ମଣିପୁର ଗସ୍ତ କରିବେ। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୈତେଇ-ପ୍ରଧାନ ଇମ୍ଫାଲ ଏବଂ କୁକି-ପ୍ରଧାନ ଚୁଡା ଚାନ୍ଦପୁରରେ ବିଭିନ୍ନ ବିକାଶ ଯୋଜନାର ଶିଳାନ୍ୟାସ କରିବେ ଏବଂ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ।
ବିଶ୍ୱାସ କରାଯାଉଛି ଯେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ମଣିପୁରରେ ସ୍ଥାୟୀ ଶାନ୍ତିର ପଥକୁ ସହଜ କରିବ, ଯାହା ଦୀର୍ଘ ସମୟ ଧରି ଜାତିଗତ ହିଂସାର ଶିକାର ହୋଇଆସିଛି। ବିରୋଧୀ ଦଳ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀଙ୍କ ମଣିପୁର ଗସ୍ତ ନକରିବା ପ୍ରସଙ୍ଗ କରିଆସୁଛନ୍ତି। ମଣିପୁର ପରେ, ପ୍ରଧାନମନ୍ତ୍ରୀ ଆସାମ, ପଶ୍ଚିମବଙ୍ଗ ଏବଂ ବିହାରରେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।