fbpx

ଅକ୍ଟୋବର ୧ରୁ ଦେଶରେ ଲଞ୍ଚ ହେବ 5G ମୋବାଇଲ ସର୍ଭିସ, PM ମୋଦୀ କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ଦେଶରେ ୫ଜି ମୋବାଇଲ ସେବା ଲଞ୍ଚ ହେବ । ଏହି ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଲଞ୍ଚ କରିବେ । ୫ଜି ସର୍ଭିସକୁ ନେଇ ଆମେରିକାରେ ସୃଷ୍ଟି ହୋଇଥିବା ଆଭିଏସନ ସମସ୍ୟା ଉପରୁ ପରଦା ହଟାଇଛି ଟେଲିକମ ମନ୍ତ୍ରଣାଳୟ ।

ଉକ୍ତ ସମସ୍ୟାକୁ ନେଇ ଆଇଆଇଟି ମାଡ୍ରାସ ତରଫରୁ ରିସର୍ଚ୍ଚ କରାଯାଇଥିଲା । ଗ୍ୟାପିଂ କାରଣରୁ ଆମେରିକାରେ ଉକ୍ତ ସମସ୍ୟା ଦେଖାଦେଇଥିଲା । ମାତ୍ର ଭାରତରେ ଉକ୍ତ ସମସ୍ୟା ଦେଖାଦେବ ନାହିଁ ବୋଲି ଆଇଆଇଟିର ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି । ୫ଜି ସର୍ଭିସ ସର୍ଭିସ ଦେଶରେ ନୂଆ ରିଭଲ୍ୟୁସନ ଆଣିବାରେ ସହାୟକ ହେବ । ହୋଲୋଗ୍ରାମ ଜରିଆରେ ଦୂରଦୂରାନ୍ତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜରୁରୀକାଳୀନ ସେବା କ୍ଷେତ୍ରରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ ।

ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ଏମରଜେନ୍ସି ସମ୍ବନ୍ଧୀୟ ସମସ୍ୟା ୫ଜି ସର୍ଭିସ ମାଧ୍ୟମରେ ସହଜରେ ସମାଧାନ ହୋଇପାରିବ । ବର୍ତ୍ତମାନ ସୁଦ୍ଧା ସମସ୍ତ ନେଟୱାର୍କ ସେବାଠାରୁ ୫ଜି ବହୁତ ଭିନ୍ନ । ଏହି ନେଟୱାର୍କ ଆଗାମୀ ପୀଢ଼ିଙ୍କ ପାଇଁ କେବଳ ଡାଟାର ଗତି ବଢ଼ାଇବ ତାହା ନୁହେଁ, ଏହା ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ଫାଇନାନ୍ସ, ଉଦ୍ୟୋଗ କ୍ଷେତ୍ରରେ ଅନେକ କିଛି ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.