fbpx

ଆଜି ଦେଶକୁ ୫୨ ହଜାର କୋଟିର ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି। ତେବେ ସେ ଆଜି ଗୁଜରାଟ ରାଜ୍ୟ ତଥା ଦେଶକୁ ଅନେକ ପ୍ରକଳ୍ପର ଉପହାର ଦେବାକୁ ଯାଉଛନ୍ତି। ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ହେଉଛି ସାରା ଦେଶରେ ସ୍ୱାସ୍ଥ୍ୟ, ଭିତ୍ତି ଭୂମି, ଶକ୍ତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ୫୨ ହଜାର ୨୫୦ କୋଟି ଟଙ୍କାରୁ ଅଧିକ ବିକାସ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ।

ପ୍ରଧାନମନ୍ତ୍ରୀ ଆଜି ରାଜକୋଟ, ଭଥିଣ୍ଡା, ରାୟବରେଲୀ, କଲ୍ୟାଣୀ ଏବଂ ମଙ୍ଗଳଗିରୀରେ ଅବସ୍ଥିତ ପାଞ୍ଚୋଟି ନୂଆ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ରାଜକୋଟରେ ଅନୁଷ୍ଠିତ ହେବ ଏବଂ ସେ ଅନ୍ୟ ସ୍ଥାନମାନଙ୍କରେ ଭର୍ଚୁଆଲି ଯୋଗଦେବେ ।

Get real time updates directly on you device, subscribe now.