କରଞ୍ଜିଆ: ଲକ୍ଷାଧିକ ଟଙ୍କାର ଅଫିମ ଚାଷ ନଷ୍ଟ କରିଛି ପୋଲିସା ପାଉଁଶ ହୋଇଥିବା ଅଫିମ ଚାଷର ଆନୁମାନିକ ମୂଲ୍ୟ ୪୨ ଲକ୍ଷ ହେବ ବୋଲି ପୋଲିସ ଅଧିକାରୀଙ୍କ ସୂଚନ।।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଡେଲ ବେଡା ଗ୍ରାମର ବୁରୁ ସାହିରୋ
ମାମଲା କ’ଣ: ବୁରୁ ସାହିରେ ପ୍ରାୟ ୧ ଏକର ଜମିରେ ଅତି ଯତ୍ନରେ ଏବଂ ବ୍ୟବସାୟିକ ଭାବେ ଅଫିମ ଚାଷ କରାଯାଇଥିଲା ସେଥିରେ ଫୁଲ ମଧ୍ୟ ଆସିଯାଇଥିଲ।।
କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ଏସଡ଼ିପିଓ ସୁବ୍ରତ କୁମାରଙ୍କ ନେତୃତ୍ୱରେ ପୋଲିସ ଟିମ ସହ ବନ ବିଭାଗ ଓ ଅବକାରୀ ବିଭାଗ ୨୯ ତାରିଖ ସକାଳେ ମିଳିତ ଚଢାଉ କରିଥିଲା
ମାଜିଷ୍ଟ୍ରେଟ ଭାବେ ଠାକୁରମୁଣ୍ଡା ତହସିଲଦାର ସମ୍ବିତ କୁମାର କରଙ୍କ ଉପସ୍ଥିତିରେ ୨୧୦୦୦ ଗଛ ଉଠାଯାଇ ପୋଡ଼ା ଯାଇଥିଲା
ମାମଲା ରୁଜୁ: ଜଙ୍ଗଲ ଭିତରେ ଥିବା ଚାଷ ସ୍ଥାନଟି ରାଜସ୍ୱ ବିଭାଗ ଅଧୀନରେ ରହିଛି ।
ଅପରାହ୍ନରେ ଏସଡ଼ିପିଓ ସୁବ୍ରତ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଠାକୁରମୁଣ୍ଡା ଥାନାରେ କେଶ ନଂ ୬ ଏବଂ ଦଫା ୧୮ ଏନଡିପିଏସ ଧାରାରେ ମୋକଦ୍ଦମା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ସୂଚନା ଦେଇଛନ୍ତି ।
ଥାନାଧିକାରୀଣୀ ସାବିତ୍ରୀ ଦଳେଇ କେସର ତଦନ୍ତ ଭାର ନେଇଛନ୍ତି ଏବଂ ଖୁବ ଶୀଘ୍ର ଆସାମୀ ଧରପଡିବେ ବୋଲି କହିଛନ୍ତିା