ସାରଦା ବାଇଙ୍କ ଘରେ ଟାଉନ୍ ଥାନା ପୋଲିସ, ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ପରେ ପହଞ୍ଚିଲା Police
ସାରଦା ବାଇଙ୍କ ଘରେ ପହଞ୍ଚିଲା ପୋଲିସ
ବଲାଙ୍ଗିର: ସାରଦା ବାଇଙ୍କ ଘରେ ବର୍ତ୍ତମାନ ଟାଉନ ଥାନା ପୋଲିସ ପହଞ୍ଚିଛି। ଭାରତ ଛାଡ଼ିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପରେ ପୋଲିସ ତାଙ୍କ ଘରେ ପହଞ୍ଚିଛି। ଠିକାଦାରପଡ଼ା ସ୍ଥିତ ଘରେ ପୋଲିସ ଟିମ୍ ପହଞ୍ଚିଛି।
ସାରଦା ବାଇଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ଦେଶ ଛାଡ଼ିବା ନିର୍ଦ୍ଦେଶ ହୋଇଛି। ଭିସା ରଦ୍ଦ, ତୁରନ୍ତ ପାକିସ୍ତାନ ପଳାଇବାକୁ ନିର୍ଦ୍ଦେଶ ହୋଇଥିଲା।
ପାକିସ୍ତାନ ଯାଇପାରିବିନି: ସାରଦା ବାଇଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯିବା ପରେ ବି ସେ କହିଛନ୍ତି ଯେ, ମୁଁ ପାକିସ୍ତାନ ଯାଇପାରିବିନି।
ସେ ଆହୁରି କହିଛନ୍ତି ଯେ, ମୋର କେହି ପାକିସ୍ତାନରେ ନାହାନ୍ତି, କୁଆଡେ ଯିବି। ପାକିସ୍ତାନ ଛାଡ଼ିବା ପରଠୁ କେବେ ଆଉ ଯାଇନି। କେବେ ପାକିସ୍ତାନର କାହା ସହ ମଧ୍ୟ କଥା ହୋଇନି। ଏଠି ବିବାହ କରିବା ପରେ ମୁଁ ଝିଅ ଜନ୍ମ ଦେଇ ବାହା ଦେଇ ସାରିଛି। ପରିବାରକୁ ଛାଡ଼ି ଆଉ କୁଆଡେ ଯାଇ ପାରିବି ନାହିଁ।