fbpx

ନେତାଙ୍କୁ ମହଙ୍ଗା ପଡିଲା ଜନ୍ମଦିନ ପାଳିବା, ଲାଗିଗଲା ଜୋରିମାନା

ନୂଆଦିଲ୍ଲୀ: କରୋନାକୁ ନେଇ ସରକାର ଯେତେ କଟକଣା ଲାଗୁ କଲେ ବି ଲୋକମାନେ ଏହାକୁ ଫୁ’ କରି ଉଡାଇଦେଇଛନ୍ତି । ସେହପରି ମଧ୍ୟପ୍ରଦେଶର କଟନୀରେ ବିଜେପିର ଯୁବ ସଙ୍ଗଠନ ଭାରତୀୟ ଜନତା ମୋର୍ଚ୍ଚାର ଜଣେ ନେତାଙ୍କୁ ଜନ୍ମଦିନ ପାଳିବା ମହଙ୍ଗା ପଡିଛି । ଜନ୍ମଦିନ ପାର୍ଟିରେ ଶତାଧିକ ଲୋକେ ଉପସ୍ଥିତ ରହି କରୋନା ଗାଇଡଲାଇନର ଉଲ୍ଲଙ୍ଘନ କରିବା ଅଭିଯୋଗରେ ନେତାଙ୍କଠାରୁ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହା ସହ ପୋଲିସ ଅଧିକାରୀମାନେ କଟନୀ ଜିଲ୍ଲାର ଭାଜୟୁମୋର ସଭାପତି ମୃଦୁଲ ଦ୍ୱିବେଦୀଙ୍କ ସମର୍ଥକଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ଘରୁ ଅଲଗା ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସେମାନେ ନିର୍ଦ୍ଦେଶ ପାଳନ ନକରନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛିି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦ୍ୱିବେଦୀ ଶନିବାର ଦିନ ସହରର ହନୁମାନ ମନ୍ଦିର ନିକଟରେ ତାଙ୍କ ସମର୍ଥକଙ୍କ ଉପସ୍ଥିତିରେ କେକ୍ କାଟିଥିବାର ଦେଖିବାକୁ ମିଳିବ । ଏଥିରେ ସମସ୍ତ ଲୋକେ ବିନା ମାସ୍କରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.