fbpx

ଓଡ଼ିଶାରେ ଦାରିଦ୍ର୍ୟ ହାର କମିଛି; ଗୃହରେ ଉତ୍ତର ରଖିଲେ ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦାରିଦ୍ର୍ୟହାର କମିଛି ବୋଲି ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସୂଚନା ଦେଇଛନ୍ତି । ୨୦୧୧- ୧୨ ମସିହାରେ ରାଜ୍ୟର ଦାରିଦ୍ର୍ୟହାର ୩୨ ଦଶମିକ ୬ ପ୍ରତିଶତ ଥିବାବେଳେ ୨୦୧୫-୧୬ରୁ ୨୦୧୮-୧୯ ବର୍ଷ ମଧ୍ୟରେ ଦାରିଦ୍ର୍ୟ ହାର ୧୫ ଦଶମିକ ୬/୮ ପ୍ରତିଶତକୁ ହ୍ରାସ ପାଇଛି ବୋଲି ମନ୍ତ୍ରୀ ଶ୍ରୀଢୋଲକିଆ କହିଛନ୍ତି ।

ଗୃହକୁ ସୂଚନା ଦେଇ ଶ୍ରୀ ଢୋଲକିଆ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଦାରିଦ୍ର୍ୟ ହାର କମାଇବା ପାଇଁ ୧୩ଟି ଯୋଜନା କାର୍ଯ୍ୟ କରୁଛି । ସେଗୁଡ଼ିକ ହେଲା- ବିଜୁ ପକ୍କାଘର, ମୁକ୍ତା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ଜାଗା ମିଶନ, କାଳିଆ, ମଧୁବାବୁ ପେନସନ୍‍, ମିଶନ ଶକ୍ତି, ବରିଷ୍ଠ ବୁଣାକାର ସହାୟତା ସହିତ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଏବଂ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ।

ତେବେ ଆଜି ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ଷୋଡଶ ବିଧାନସଭାର ଏହା ହେଉଛି ଶେଷ ବଜେଟ୍ । ତେବେ ଆଗକୁ ନିର୍ବାଚନ ଥିବାରୁ ଏହି ୪ ମାସ ପାଇଁ ପ୍ରାୟ ୯୦ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ପାରିତ କରାଯିବା ନେଇ ସୂଚନା ରହିଛି ।

ଅର୍ଥ ମନ୍ତ୍ରୀ ଶ୍ରୀ ଆରୁଖ ଆସନ୍ତା ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିବେ। ଏଥିରୁ ଅନ୍ତରୀଣ ବଜେଟ୍‌ (ପ୍ରାୟ ୯୦ ହଜାର କୋଟି ଟଙ୍କା)କୁ ପାରିତ କରିବାକୁ ପ୍ରସ୍ତାବ ରଖିବେ ବୋଲି ଜଣାପଡ଼ିଛି । ସେହିପରି ଗତବର୍ଷ ତୁଳନାରେ ଚଳିତ ବର୍ଷର ବଜେଟ୍ ୧୭ ପ୍ରତିଶତ ଅଧିକ ହୋଇପାରେ ବୋଲି ଆଶା କରାଯାଉଛି । ଖାଲି ପେଟରେ ନଡ଼ିଆ ଖାଇଲେ ମିଳିବ ଏହି ୫ଟି ଫାଇଦା ରାଜ୍ୟ ସରକାର ଏହି ବଜେଟ୍‌ରେ ମୁଖ୍ୟତଃ କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ମିସନ୍ ଶକ୍ତିଙ୍କୁ ସହାୟତା ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଗୁରୁତ୍ବ ଦେବେ।

ରାଜ୍ୟ ସରକାର ଘୋଷଣା କରିଥିବା ମେଟ୍ରୋ ପ୍ରକଳ୍ପ ସମେତ ବିଭିନ୍ନ ପ୍ରକଳ୍ପ ପାଇଁ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା ରହିବ। ସେହିପରି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଯେପରି ବିକାଶମୂଳକ କାର୍ୟ୍ୟ ଜାରି ରହିବ, ସରକାରୀ କର୍ମଚାରୀଙ୍କ ବେତନ, ପେନସନ୍ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚରେ କୌଣସି ସମସ୍ୟା ହେବନି ସେନେଇ ବଜେଟ୍‌ରେ ବ୍ୟବସ୍ଥା କରାଯିବ ।

Get real time updates directly on you device, subscribe now.