fbpx

ଲକଡାଉନ ଉଲ୍ଲଂଘନକାରୀଙ୍କୁ ମିଳିବନି ନିସ୍ତାର, ପୋଲିସକୁ ଅଧିକ କ୍ଷମତା

ଭୁବନେଶ୍ୱର, ୧୬ା୪ (ଓଡ଼ିଶା ଭାସ୍କର): ଲକଡାଉନ୍ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ୍ କରିବାକୁ ଓଡ଼ିଶା ପୋଲିସକୁ ଦିଆଯାଇଛି ଅଧିକ କ୍ଷମତା । ଗୃହବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏବେ ଥାନା ଅଧିକାରୀମାନେ ଏନେଇ ମାମଲା ରୁଜୁ କରିପାରିବେ ବୋଲି ଦର୍ଶାଯାଇଛି । ଡିଜାଷ୍ଟର ମ୍ୟାନେଜମେଣ୍ଟ ଆଇନ-୨୦୦୫ ବଳରେ ମାମଲା ରୁଜୁ ହେବ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ ଏହି କ୍ଷମତା ଜିଲ୍ଲାପାଳଙ୍କ ହାତରେ ଥିଲା । ଫଳରେ ଏବେ ଲକଡାଉନ୍ ନିୟମ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ମିଳିବ ନାହିଁ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.