ସାମ୍ବାଦିକାଙ୍କୁ ଜୀବନସାଥୀ କରିବେ ପ୍ରଦୀପ, ଜିମରୁ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ
୩ ବର୍ଷର ସମ୍ପର୍କ ପରେ ବିବାହ କରିବେ ବିଜେଡି ନେତା । ଗୋଆରେ ପଡ଼ିବ ହାତଗଣ୍ଠି ।
ଓଡ଼ିଶା ଭାସ୍କର: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ଗୋଆରେ ଡେଷ୍ଟିନେଶନ୍ ୱେଡିଂ କରିବାକୁ ଯାଉଛନ୍ତି ପ୍ରଦୀପ ।
ଆଜି ମେହେନ୍ଦି , ସଙ୍ଗୀତ କାର୍ଯ୍ୟକ୍ରମ ପରେ କାଲି ହେବ ବାହାଘର । ଗୋଆରେ ଘନିଷ୍ଠ ବନ୍ଧୁଙ୍କୁ ନେଇ ବିବାହ କରିବେ ପ୍ରଦୀପ । ୩ ବର୍ଷ ସମ୍ପର୍କରେ ରହିବା ପରେ ସୁଶ୍ରୀ ଓ ପ୍ରଦୀପ ଏବେ ବାହାହେବାକୁ ଯାଉଛନ୍ତି ।
ଆଗକୁ ବଢ଼ିବାରେ ସାହାଯ୍ୟ: ସୂଚନା ମୁତାବକ ଜିମରୁ ଉଭୟଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ମା’ ଚାଲିଯିବା ପରେ ଏକୁଟିଆ ହୋଇଯାଇଥିବା ପ୍ରଦୀପଙ୍କୁ ଆଗକୁ ବଢ଼ିବାରେ ସୁଶ୍ରୀ ସଙ୍ଗୀତା ସାହୁ ସାହାଯ୍ୟ କରିଥିବା କହିଛନ୍ତି ପ୍ରଦୀପ ।
ଜିମରୁ ପ୍ରେମ: ପ୍ରଦୀପ ରାଜନୀତିରୁ ସକ୍ରିୟ ଥିବାବେଳେ ସୁଶ୍ରୀ ନିଜସ୍ୱ ବ୍ୟବସାୟ କରୁଛନ୍ତି । ଆଗାମୀ ସମୟରେ ପାରିବାରିକ ଜୀବନ ଓ ରାଜନୀତିକୁ ବାଲାନ୍ସ କରି ପ୍ରଦୀପ ଆଗକୁ ବଢ଼ିବେ ବୋଲି ସେ କହିଛନ୍ତି ।
ଡେଷ୍ଟିନେଶନ୍ ୱେଡିଂ: ଗୋଆରେ ବାହାଘର ଶେଷ କରି ଓଡ଼ିଶା ଫେରିବେ ପ୍ରଦୀପ ଓ ସ୍ତ୍ରୀ । ଆଦିବାସୀ ଜନଜାତିରେ ଥିବା ପରମ୍ପରା ଅନୁସାରେ ସବୁ କାର୍ଯ୍ୟ ଏଠାରେ ସମାପନ ହେବ ବୋଲି ସେ ସୂଚନା ଦେଇଛନ୍ତି ।