fbpx

ଶ୍ରାବଣରେ ମହାଦେବଙ୍କୁ ଚଢାନ୍ତୁ ଏହି ଖାସ ଭୋଗ : ଶୀଘ୍ର ମିଳିଥାଏ ପ୍ରଭୁଙ୍କ କୃପା

ଭୁବନେଶ୍ୱର : ଶିବଙ୍କର ଅତିର୍ପିୟ ବାର ହେଉଛି ସୋମବାର । ବିଶେଷ କରି ଶ୍ରାବଣ ମାସର ସୋମବାରର ବହୁତ ଗୁରୁତ୍ୱ ରହିଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ପବିତ୍ର ବୋଲି ମନେ କରାଯାଏ । ଶିବଙ୍କ ଭକ୍ତୁ ମାନେ ଏହି ମାସକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । କୁହାଯାଏ ଯେ, ଭୋଳାର ମନ କିଣିବା ପାଇଁ ହେଲେ ଶହେ ଆଠ ବେଲ ପତ୍ର ଚଢାଇବାକୁ ହୁଏ । ଆପଣ ମଧ୍ୟ ଏହି ଉପାୟ କରି ମହାଦେବଙ୍କୁ ପ୍ରସନ୍ନ କରିପାରିବେ । ଭକ୍ତଙ୍କ ସାମ୍ନାରେ ଭୋଳା ଶକ୍ତି ହାର ମାନିଲା ଭଳି ନିଜର ଭକ୍ତି ବଳରେ ତାଙ୍କୁ ଖୁସି କରାଇ ପାରିବେ ।

ବିଶେଷକରି ଶ୍ରାବଣରେ ସୋମବାର ଦିନ ମହାଦେବଙ୍କୁ ବେଲପତ୍ର, ଦୁଦୁରା, ଧଳା ଚନ୍ଦନ, ଫୁଲ, ଅକ୍ଷତ, ପଞ୍ଚାମୃତ ପରି ପ୍ରିୟର ଜିନିଷ ଅର୍ପଣ କରାଯାଏ । ଭୋଳାଙ୍କୁ ଏହି ମାସରେ ତାଙ୍କର ପ୍ରିୟର ଜିନିଷ ଦେବା ଦ୍ୱାରା ସେ ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି ।

ଶ୍ରାବଣରେ ଶୀବଙ୍କୁ ଏହି ଭୋଗ ଅର୍ପଣ କରନ୍ତୁ –

୧. ଚାଉଳ କ୍ଷୀରି : ଶ୍ରାବଣରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ପୂଜା କରନ୍ତୁ ଏବଂ ସେମାନଙ୍କୁ ଚାଉଳ କ୍ଷୀରି ଭୋଗ ଲଗାନ୍ତୁ । ଉଭୟ ଶିବ ଓ ପାର୍ବତୀ ଚାଉଳ କ୍ଷୀରି ପ୍ରସାଦକୁ ଖାଇବା ପାଇଁ ବେଶ ଖୁସି ହୋଇଯାଆନ୍ତି । ତେଣୁ ଆପଣ ଏହି ଦିନରେ ଚାଉଳ କ୍ଷୀରିର ଭୋଗ ଲଗାଇ ପାରିବେ ।

୨. ସାଗୁ କ୍ଷୀରି : ଶିବଙ୍କ ଭକ୍ତମାନେ ଶ୍ରାବଣର ସୋମବାର ଦିନ ଉପବାସ ପାଳନ କରନ୍ତି । ତେଣୁ ଭୋଳାଙ୍କୁ ପ୍ରସନ୍ନ କରିବା ପାଇଁ ଭଗବାନ ଶିବଙ୍କୁ ସାଗୁ କ୍ଷୀରି ଅର୍ପଣ କରନ୍ତୁ । ବ୍ରତ ରଖିଥିଲେ ଏହାକୁ ଆପଣ ମଧ୍ୟ ଖାଇ ପାରିବେ ।

୩. ସାକରକନ୍ଦା କ୍ଷୀରି : କୁହାଯାଏ ଯେ ଏହି କ୍ଷୀରି ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟବ ଅଟେ । ସେଥିପାଇଁ ମହାଦେବଙ୍କୁ ଏପରି ବଣୁଆ ଫଳ ଓ ଫୁଲ ଅର୍ପଣ କରାଯାଏ । ଶ୍ରାବଣରେ ପ୍ରଭୁଙ୍କୁ ଏହି ପ୍ରସାଦ ଅର୍ପଣ କରନ୍ତୁ , ମହାଦେବ ଏହାଦ୍ୱାରା ସନ୍ତୁଷ୍ଟ ହୋଇଥାନ୍ତି ଏବଂ ସବୁ ବେଳେ ନିଜର କୃପା ବନାଇ ରଖିଥାନ୍ତି ।

୪. ସୁଜି କ୍ଷୀରି: ଶ୍ରାବଣ ରେ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ତାଙ୍କୁ ସୁଜି କ୍ଷୀରି ଅର୍ପଣ କରିବା ମଧ୍ୟ ବହୁତ ଲାଭଦାୟକ ହେବ । ସୋମବାରରେ ପୂଜା କରିବା ପରେ ଲୋକମାନେ ସୁଜି କ୍ଷୀରିକୁ ଭୋଗ ଭାବରେ ଅର୍ପଣ କରିବା ଉଚିତ ଏବଂ ପ୍ରସାଦଙ୍କୁ ସମସ୍ତଙ୍କୁ ବଣ୍ଟନ କରିବା ଉଚିତ୍ ।

Get real time updates directly on you device, subscribe now.