ଲୋକଙ୍କ ପାଖରେ ସୁଭଦ୍ରାକୁ ପହଞ୍ଚାଇଛନ୍ତି ଗଣମାଧ୍ୟମ, ସାଧୁବାଦ ଦେଲେ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହିଳାଙ୍କ ପାଖରେ ସୁଭଦ୍ରା ଯୋଜନା ପହଞ୍ଚାଇବାରେ ସାମ୍ବାଦିକମାନେ ବଡ଼ ଭୂମିକା ଗ୍ରହଣ କରିଛନ୍ତି । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମ୍ବାଦିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଥମ କିସ୍ତିରେ ରାଜ୍ୟର କୋଟିଏ ୨ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଦିଆଯାଇଥିଲା । ଦ୍ୱିତୀୟ କିସ୍ତିରେ କୋଟିଏ ୯୬ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଯାଇଛି ।

ପାଖାପାଖି ୩୧,୦, ୨୭୨ ଆକାଉଣ୍ଟ ଫେଲୁଅର ଭାବେ ଚିହ୍ନଟ କରାଯାଇଛି । ଲକ୍ଷେରୁ ଅଧିକ ଇନକ୍ୱାରି ପେଣ୍ଡିଂରେ ପଡ଼ିଛି । ୧ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆବେଦନ ପେଣ୍ଡିଂ ଥିବାବେଳେ ଆପ୍ଲିକେଶନ୍ ରିଜେକ୍ସନରେ ପାଖାପାଖି ୫ଲକ୍ଷରୁ ହିତାଧିକାରୀଙ୍କ ଆବେଦନ ରିଜେକ୍ଟ କରାଯାଇଛି ।

ସୁଭଦ୍ରା କେମିତି ମିଳିବ, କେଉଁଠୁ ମିଳିବ ଏ ସବୁ ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସାମ୍ବାଦିକମାନେ ବଡ଼ ଭୂମିକା ଗ୍ରହଣ କରିଛନ୍ତି । ସମ୍ପାଦକୀୟରେ ସୁଭଦ୍ରା ସଂକ୍ରାନ୍ତରେ ଲେଖିବା ପାଇଁ ଅନେକଙ୍କୁ ଅନୁରୋଧ କରିଥିବା ପ୍ରଭାତୀ କହିଛନ୍ତି ।