ଲଣ୍ଡନ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଲଣ୍ଡନ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେପ୍ଟେମ୍ବର ୧୭ରୁ ୧୯ ପର୍ଯ୍ୟନ୍ତ ରାଷ୍ଟ୍ରପତି ଲଣ୍ଡନରେ ରହିବେ । ପରଲୋକଗତ ରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ସେ ଯୋଗଦେବେ । ଶେଷକୃତ୍ୟରେ ଯୋଗଦେବା ସହ ଭାରତ ପକ୍ଷରୁ ଶୋକବ୍ୟକ୍ତ କରିବେ । ତେବେ ଭାରତର ପ୍ରତିନିଧି ଭାବେ ରାଷ୍ଟ୍ରପତି ଦ୍ରୌପର୍ଦୀ ମୁର୍ମୁ ସେଠାରେ ଯୋଗଦେବେ ।

ତେବେ ଗତ ୮ ତାରିଖରେ ରାଣୀ ଏଲିଜାବେଥ ଦ୍ବିତୀୟ ବ୍ରିଟେନର ରାଣୀଙ୍କ ପରଲୋକ ହୋଇଛି। ଏଥିପାଇଁ ବ୍ରିଟେନରେ ୧୦ ଦିନିଆ ରାଷ୍ଟ୍ରୀୟ ଶୋକ ଏବେ ପାଳନ କରାଯାଉଛି। ୭୦ ବର୍ଷ ଧରି ରାଣୀ ଆସନରେ ବସିବା ପରେ ୯୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା। ରାଣୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଚାର୍ଲସ ରାଜା ହୋଇଛନ୍ତି।