ଉଦଳା: ଆଜିକାଲି ଯୁଗରେ ଟେକନିକ୍ ଯେତେ ଆଗକୁ ଯାଉଛି, ଠକାମି ମଧ୍ୟ ସେତେ ବଢ଼ୁଛି । ସବୁ କ୍ଷେତ୍ରରେ ଲୋକମାନେ ଜାଲିଆତି କରିବା ଆରମ୍ଭ କରିଦେଇଛନ୍ତି । ଏହାରି ମଧ୍ୟରେ ଉଦଳାରେ ଏକ ଠକେଇ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜାଲ ସାର୍ଟିଫିକେଟ ବ୍ୟବହାର କରି ଜଣେ ଅଧ୍ୟାପକ ଚାକିରି କରିଛନ୍ତି । ଯାଞ୍ଚ କରିବାରୁ ଜୁଲୋଜି ଅଧ୍ୟାପକ ପ୍ରଭାକର ସାହୁ ଧରାପଡିଛନ୍ତି ।
ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି ଉଦଳା କଲେଜର ପ୍ରିନ୍ସିପାଲ । ଘଟଣା ସମ୍ପକରେ ଏବେ ଆହୁରି ତଦନ୍ତ ଚାଲିଛି । ତଦନ୍ତ ପରେ ଜାଲି ସାର୍ଟିଫିକେଟ ବ୍ୟବହାର କରି ଚାକିରି ପାଇଥିବା ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ନିଆଯାଇପାରେ ବୋଲି କୁହାଯାଉଛି ।