fbpx

ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପଇଡ ବେପାରୀ: ଆପଣ ବି ହେଇଯିବେ ଭାବୁକ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଏମିତି କିଛି ଜନତା ଅଛନ୍ତି ଯେଉଁମାନେ ଜାତୀୟ ସଙ୍ଗୀତ ବାଜିଲେ ଛିଡା ହେବାକୁ ପସନ୍ଦ କରନ୍ତି ନାହିଁ ଆଉ ଏହାକୁ ନେଇ ଶହ ଶହ ମାମଲା ମଧ୍ୟ ରହିଛି । ତେବେ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆଲୋଚନା କରିବା ଯାହାଙ୍କ ଦେଶପ୍ରେମ ବେଶ ନିଆରା । ସାମାନ୍ୟ ଜଣେ ପଇଡ ବିକ୍ରେତା ଯେଉଁଭଳି ଢଙ୍ଗରେ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ତାହା ଦେଖିଲେ ଆପଣ ମଧ୍ୟ ଭାବୁକ ହୋଇଯିବେ । ପୁଲୱାମାରେ ଦେଶ ମାତୃକା ପାଇଁ ବୀରଗତି ପ୍ରାପ୍ତ କରିଥିବା ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ଏହି ବ୍ୟକ୍ତି ଜଣଙ୍କ । ରାଜଧାନୀ ଭୁବନେଶ୍ୱରର ଗଣ୍ଡମୁଣ୍ଡା ଅଞ୍ଚଳରେ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପଇଡ ବ୍ୟବସାୟୀ ବିନ ଭାଇ ।

ଗଣ୍ଡମୁଣ୍ଡାର ଭକ୍ତମଧୁ ନଗର ପାଖରେ ନିଜର ଦୋକାନରେ ପୁଲୱାମା ଶହୀଦ ମାନଙ୍କୁ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି । ଗେଣ୍ଡୁମାଳ ଓ ଦୀପ ଦାନ କରି ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବିନ ଭାଇ । ବିନ ଭାଇଙ୍କ ଏଭଳି କାର୍ଯ୍ୟକଳାପ ଆଜିର ଯୁବ ପିଢି ପାଇଁ ପ୍ରେରଣାର ଉତ୍ସ ହେଉ । ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଦେଶକୁ ଦୋହଲାଇ ଦେଇଥିଲା ଏହି ଆକ୍ରମଣକୁ ୩ ବର୍ଷ ପୁରିଛି । ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଯାଇଥିଲେ ୪୦ ଜଣ ଭାରତୀୟ ଯବାନ । ଆକ୍ରମଣ ସେ ଦୃଶ୍ୟ ଆଖି ସାମନାକୁ ଆସିବା କ୍ଷଣି ଆଜି ବି ଶିହରି ଉଠେ ଦେହ ଆଉ ଥରି ଉଠେ ଛାତି । ଶହୀଦଙ୍କ ପାଇଁ ଆଜି ବି ଲୁହ ଗଡାଉଛନ୍ତି ଦେଶବାସୀ ।

Get real time updates directly on you device, subscribe now.