ସରକାରଙ୍କ ବଡ ଘୋଷଣା; ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା, ସରକାରୀ କର୍ମଚାରୀ ବି ସାମିଲ

ସରକାରଙ୍କ ବଡ ଘୋଷଣା । ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା । ସରକାରୀ କର୍ମଚାରୀ ବି ପାଇବେ ଏହି ସୁବିଧା ।

ନୂଆଦିଲ୍ଲୀ: ବଡ଼ ଘୋଷଣା କଲେ ସରକାର । ଏଥର ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା । ଆଉ ସବୁଠୁ ବଡ଼ କଥା ହେଉଛି, ସରକାରୀ କର୍ମଚାରୀ ବି ଏହି ସୁବିଧା ପାଇବେ ।

ତେବେ ଏବି ବଡ଼ ଘୋଷଣା କରିଛନ୍ତି ପଞ୍ଜାବ ସରକାର । ପଞ୍ଜାବର ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର ବାର୍ଷିକ କ୍ୟାସ୍‌ଲେସ୍‌ ସ୍ୱାସ୍ଥ୍ୟ ବୀମାର ଲାଭ ମିଳିବ । ଏହାସହ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ହୋଇଛି, ଯେଉଁଠାରେ ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ । ଏହି ଯୋଜନାର ଘୋଷଣା ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ଓ ଆପ୍‌ ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍‌ କରିଛନ୍ତି । ଏହି ଯୋଜନା ଅନୁଯାୟୀ ଲୋକେ ଏବେ ସରକାରୀ ଓ ଘରୋଇ ଉଭୟ ହସ୍ପିଟାଲରେ ମାଗଣାରେ ଚିକିତ୍ସା କରାଇପାରିବେ ।

ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ଅରବିନ୍ଦ କେଜ୍ରିୱାଲ୍‌ ଯୋଜନାର ଘୋଷଣା କରି କହିଛନ୍ତି, “ଏଥିରେ ପଞ୍ଜାବର ୬୫ ଲକ୍ଷ ପରିବାରଙ୍କୁ ସିଧାସଳଖ ଲାଭ ମିଳିବ । ଏହି କ୍ୟାସ୍‌ଲେସ୍‌ ସ୍ୱାସ୍ଥ୍ୟ ବୀମା ଦ୍‌ବାରା ପଞ୍ଜାବ ବାସିନ୍ଦା ସରକାରୀ ଓ ଘରୋଇ ଉଭୟ ହସ୍ପିଟାଲରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା କରାଇ ପାରିବେ । ସେହିପରି ଏହି ବୀମା ସରକାରୀ କର୍ମଚାରୀ, ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ମଧ୍ୟ ୧୦୦ ପ୍ରତିଶତ ଲାଭ ମିଳିବ”।