PNB ଆକାଉଣ୍ଟଧାରୀଙ୍କ ପାଇଁ ଖୁସିଖବର! ବ୍ୟାଙ୍କ ମାଗଣାରେ ଦେଉଛି ୮ ଲକ୍ଷ ଟଙ୍କାର ଫାଇଦା, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକମାନଙ୍କ ପାଇଁ ଆସିଛି ଖୁସିଖବର । ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ ବଡ଼ ଫାଇଦା ଦେଉଛି । ଯଦି ଆପଣ ବି ପିଏନବି ବ୍ୟାଙ୍କର ଗ୍ରାହକ ଓ ଆପଣଙ୍କୁ ଅଚାନକ୍ ଟଙ୍କାର ଆବଶ୍ୟକତା ରହିଛି, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ବ୍ୟାଙ୍କ ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ସୁବିଧା ଆଣିଦେଇଛି । ଏବେ ବ୍ୟାଙ୍କ ଅତି ସହଜରେ ୮ ଲକ୍ଷ ଟଙ୍କାର ସୁବିଧା ଦେଉଛି । ଯଦି ଆପଣଙ୍କୁ ଟଙ୍କାର ଆବଶ୍ୟକତା ଅଛି, ତେବେ ଆପଣ ବ୍ୟାଙ୍କରୁ ଏହି ଖାସ୍ ସୁବିଧାର ଲାଭ ଉଠାଇପାରିବେ । ଆପଣ କିପରି ଏହାର ଫାଇଦା ଉଠାଇବେ, ଆସନ୍ତୁ ଜାଣିବା…

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ନିଜ ଗ୍ରାହକମାନଙ୍କୁ ଇନଷ୍ଟା ଋଣ ମାଧ୍ୟମରେ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇଦା ଯୋଗାଉଛି । ଯଦି ଆପଣ ମଧ୍ୟ ଏହି ସୁବିଧା ଅଧୀନରେ ପର୍ସନାଲ ଲୋନ୍ ନେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ କେବଳ ନିଜର ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଏଣ୍ଟର କରିବାକୁ ପଡିବ । ଏହା ପରେ ଆପଣଙ୍କୁ ଅତି ସହଜରେ ଏହି ଲୋନ୍ ମିଳିଯିବ । ବ୍ୟାଙ୍କ ଟ୍ୱିଟ୍ କରି ଏହାର ପ୍ରୋସେସ୍ ବୁଝାଇଛି…

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏକ ଟ୍ୱିଟରେ ଲେଖିଛି ଯେ, ଏଣିକି ଖାଇବ ଅର୍ଡର କରିବା ଭଳି ବ୍ୟାଙ୍କରୁ ଲୋନ୍ ନେବା ସହଜ । ଯଦି ଆପଣ ସ୍ୱଳ୍ପ ସୁଧ ହାର ସହିତ ପର୍ସନାଲ ଲୋନ୍ ଖୋଜୁଛନ୍ତି, ତେବେ ଆପଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଇନଷ୍ଟା ଲୋନ୍ ପାଇଁ ଆବେଦନ କରିପାରିବେ । ଅଧିକ ସୂଚନା ପାଇଁ tinyurl.com/t3u6dcnd ଲିଙ୍କରେ କ୍ଲିକ୍ କରି ଆପଣ ୱେବସାଇଟ୍ ଭିଜିଟ୍ କରିପାରିବେ ।

କିଏ ଏହାର ଫାଇଦା ନେଇପାରିବ ?

– ପିଏନବିର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ କେନ୍ଦ୍ର ସରକାର, ରାଜ୍ୟ ସରକାର ବି ପିଏସୟୁ କର୍ମଚାରୀ ହେବା ଉଚିତ୍ ।
– ଏହି ଲୋନ୍ କିଛି ମିନିଟ୍ ମଧ୍ୟରେ ପ୍ରଦାନ କରାଯାଇଥାଏ ।
– ଏହି ଲୋନର ସୁବିଧା ୨୪ ୭ ଉପଲବ୍ଧ ରହିଛି ।
– ଏହା ଅଧୀନରେ ଗ୍ରାହକମାନେ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଇପାରିବେ ।
– ଏଥିରେ ପ୍ରୋସେସିଂ ଫିସ୍ ‘ଜିରୋ’ ରହିଛି ।