Breaking: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଆଦିବାସୀ ମହିଳାଙ୍କୁ ମିଳିବ ପାଇଲଟ୍ ଟ୍ରେନିଂ, ୧୧୬୪ ଏକର ଜମି ଚୂଡ଼ାନ୍ତ

ଭୁବନେଶ୍ୱର: ପୁରୀରେ ଖୁବଶୀଘ୍ର ହେବ ଅନ୍ତର୍ଜାତୀୟ ବିମାନ ବନ୍ଦର । ଏ ସଂକ୍ରାନ୍ତରେ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ପରିବହନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାବେଳେ ସୂଚନା ଦେଇଛନ୍ତି ମନ୍ତ୍ରୀ । ବିମାନବନ୍ଦର ପାଇଁ ବର୍ତ୍ତମାନ ସୁଦ୍ଧା ୧୧୬୪ ଏକର ଜମି ଚୂଡ଼ାନ୍ତ ହୋଇଛି ।

୧୦ ଆଦିବାସୀ ମହିଳାଙ୍କୁ ମିଳିବ ପାଇଲଟ୍ ଟ୍ରେନିଂ । ଫିଟନେସ ଯାଞ୍ଚ ନେଉ ନ ଥିବା ୧୭ ଆଟିଏଓରେ କାମ ଆରମ୍ଭ କରାଯିବ ।

ଅଳ୍ପ ଦିନ ମଧ୍ୟରେ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ସଂକ୍ରାନ୍ତ କାର୍ଯ୍ୟ ବିଭାଗ ପକ୍ଷରୁ ଆରମ୍ଭ କରାଯିବ କହିଛନ୍ତି ମନ୍ତ୍ରୀ । ବିମାନ ବନ୍ଦର ହେବା ପରେ ବିଦେଶୀ ଏବଂ ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପୁରୀ ଯା’ଆସ କରିବା ସହଜ ହେବ ବୋଲି ସରକାର ଆଶା ରଖିଛନ୍ତି ।