fbpx

ଅବକାରୀ ଇନସପେକ୍ଟରଙ୍କ ସାଙ୍ଘାତିକ ଅଭିଯୋଗ: କହିଲେ- ‘ନିଶା ବେପାରୀଙ୍କଠାରୁ ଟଙ୍କା ନେଉଛି ପୁରୀ ପୋଲିସ’

ପୁରୀ(ଓଡ଼ିଶା ଭାସ୍କର): ପୁରୀ ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ଅବକାରୀ ବିଭାଗ । ନିଶା ମାଫିଆଙ୍କଠାରୁ ମାସିକିଆ ବଟି ନେଉଛି ପୁରୀ ପୋଲିସ, ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି । ଅବକାରୀ କମିଶନରଙ୍କୁ ଏଭଳି ଚିଠି ଲେଖି ଖୁଲମଖୁଲା ଅଭିଯୋଗ ଆଣିଛନ୍ତି ପୁରୀ ଅବକାରୀ ଇନସପେକ୍ଟର ସଞ୍ଜୟ କୁମାର ପଣ୍ଡା । କମିଶନରଙ୍କୁ ଚିଠି ଲେଖିବା ପରେ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସଞ୍ଜୟ ।

ସେ କହିଛନ୍ତି, ‘ଆମ ଏକ୍ସସାଇଜ ଡିପାର୍ଟମେଣ୍ଟରେ ଷ୍ଟାଫ୍‌ ବହୁତ କମ୍‌ ଅଛନ୍ତି। ପୁରୀ ଜିଲ୍ଲାରେ ଅବକାରୀ ବିଭାଗର ମାତ୍ର ୨ଟି ଗାଡ଼ି, ୨୦ରୁ ୨୫ କର୍ମଚାରୀ ଅଛନ୍ତି। ପୋଲିସ ଚାହିଁଲେ ବିଭିନ୍ନ ଅଞ୍ଚଳରେ ନିଶା କାରବାର ରୋକିପାରନ୍ତା। ପୋଲିସକୁ ମଧ୍ୟ ଆମ ଭଳି ଅବକାରୀ କ୍ଷମତା ଦିଆଯାଇଛି। ପୋଲିସ କିନ୍ତୁ ସେହି କ୍ଷମତାର ଅପବ୍ୟବହାର କରୁଛି।’

ତେବେ ଜୁନ ୪ ତାରିଖରେ ସଞ୍ଜୟ କୁମାର ପଣ୍ଡା ଲେଖିଥିବା ଚିିଠି ଏବେ ଉଭୟ ଅବକାରୀ ବିଭାଗ ଓ ଓଡ଼ିଶା ପୋଲିସରେ ହଇଚଇ ସୃଷ୍ଟି କରୁଛି । ଏହାସହ ପୋଲିସର କାର୍ଯ୍ୟଦକ୍ଷତା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।

Get real time updates directly on you device, subscribe now.