ନୂଆଦିଲ୍ଲୀ- ରକ୍ତମୁଖା ହୋଇଉଠିଛି ଋଷ । ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ଆମେରିକା ଓ ବ୍ରିଟେନ ଉପରେ ଆକ୍ରମଣ କରିବାକୁ ଦେଲେଣି ଧମକ । ୟୁକ୍ରେନ ଋଷ ଉପରେ ଆକ୍ରମଣ କରିବାକୁ ଆମେରିକା ଓ ବ୍ରିଟେନର ମିସାଇଲ ବ୍ୟବହାର କରିବାକୁ ନେଇ କ୍ଷୁବ୍ଧ ପୁତିନ ବାଲାଷ୍ଟିକ ମିଶାଇଲ ଆଟାକ କରିବାକୁ ଦେଇଛନ୍ତି ଧମକ । ଟିଭିରେ ସମ୍ବୋଧନ ଦେବା ଅବସରରେ ପୁତିନ କହିଛନ୍ତି କି ଯେଉଁମାନେ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି, ସେମାନଙ୍କ ଉପରେ ଭୟଙ୍କର ଆକ୍ରମଣ ହେବ ।
ଟିଭିରେ ପ୍ରସାରିତ ପୁତିନଙ୍କ ସମ୍ବୋଧନରେ ଗୁରୁବାର ୟୁକ୍ରେନ ଉପରେ ଋଷର ଆକ୍ରମଣ ଏହି ସପ୍ତାହ ଆରମ୍ଭରେ ଆମେରିକା ଓ ବ୍ରିଟିଶ ମିଶାଇଲରେ ଋଷ ଉପରେ ହୋଇଥିବା ଆକ୍ରମଣର ଜବାବ ବୋଲି କହିଛନ୍ତି । ଏଥିସହ ସେ ଆମେରିକାକୁ ଚେତାଇ ଦେଇଛନ୍ତି କି, ଆମେରିକା ବାୟୁସେନା ଋଷର ମିସାଇଲ ଆକ୍ରମଣ ରୋକିବାରେ ସକ୍ଷମ ହେବ ନାହିଁ । ଗୁରୁବାର ୟୁକ୍ରେନ ତରଫ କୁହାଯାଇଛି କି, ରାତିରେ ଋଷ ୟୁକ୍ରେନର ଏକ ସହର ଉପରେ ଅନ୍ତରମହାଦ୍ୱୀପ ବାଲାଷ୍ଟିକ ମିସାଇଲ ପକାଇଛି । ତେବେ ଏହି ଆକ୍ରମଣକୁ ନେଇ ଆମେରିକା ତରଫରୁ କୁହାଯାଇଛି କି, ଏହି ଆକ୍ରମଣ ମଧ୍ୟ ଦୂରବର୍ତ୍ତୀ ବାଲେଷ୍ଟିକ ମିସାଇଲ ଦ୍ୱାରା କରାଯାଇଛି ।
ୟୁକ୍ରେନ କହିଛି ଆଠ ଅନ୍ୟ ମିସାଇଲ ସହ ନିପ୍ରୋ ସହର ଉପରେ ଋଷ ଆକ୍ରମଣ କରିଛି ଅନ୍ତର୍ମହଦ୍ୱୀପ ବାଲେଷ୍ଟିକ ମିସାଇଲ ପକାଇ । ୟୁକ୍ରେନ ସେନା ସେଥିରୁ ୬ଟିକୁ ନଷ୍ଟ କରିବାରେ ସକ୍ଷମ ହୋଇଛନ୍ତି । ଏହି ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି । ଏଥିରେ ଏକ ଟେକ୍ନିକାଲ ସେଣ୍ଟର ଓ ଦିବ୍ୟାଙ୍ଗଙ୍କ ଥଇଥାନ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି ।