fbpx

ଅଚାନକ ସିଗାରେଟ ଛଡିବା ଫୁସଫୁସ କ୍ୟାନ୍ସରର ଲକ୍ଷଣ! ଶ୍ରୀଘ୍ର କରନ୍ତୁ ଉପଚାର

ଆଜିକାଲି ଦୁନିଆରେ ସାଧାରଣ ରୋଗ ହେଉଛି ରକ୍ତଚାପ ଏବଂ ମଧୂମେହ ରୋଗ । ଏହାସହ ଧିରେଧିରେ ସାମିଲ ହେଉଛି କ୍ୟାନ୍ସର ରୋଗ । କ୍ୟାନ୍ସରର ନାମ ଶୁଣିଲେ ଲୋକମାନଙ୍କ ପାଦ ତଳୁ ମାଟି ଖସିପଡୁଛି । ତେବେ କ୍ୟାନ୍ସରର ପ୍ରଥମ ସୋପାନରୁ ଆମେ ଏହାର ଚିକିତ୍ସା କରି ରୋଗରୁ ମୁକ୍ତି ପାଇପାରିବା । କ୍ୟାନ୍ସର ରୋଗ ଯେତେବେଳେ ଆରମ୍ଭ ହୁଏ, ସେତେବେଳେ ଶରୀରରେ କିଛି ପରିବର୍ତ୍ତନ ହୋଇଥାଏ । କିଛି ବ୍ୟକ୍ତି ସିଗାରେଟ ଛାଡ଼ିବାକୁ ଆରମ୍ଭ କରନ୍ତି , ସେମାନଙ୍କୁ ସିଗାରେଟ ଟାଣିବାକୁ ବିରକ୍ତି ଲାଗିଥାଏ । ତେଣୁ ଏକ ଅଧ୍ୟୟନରୁ ଜଣା ପଡ଼ିଛି ଯେ, ଏହି ପରିବର୍ତ୍ତନ ଯକୃତ କ୍ୟାନ୍ସରର ସଂକେତ ଅଟେ । ପ୍ରକୃତରେ କିଛି ଲୋକ ଏହାକୁ ଭଲ ଭାବି ଅବହେଳା କରନ୍ତି ଯାହା ଆଗକୁ ବଢି ଲାଷ୍ଟ ଷ୍ଟେଜରେ ପହଁଚିଥାଏ ।

ଡବ୍ଲ୍ୟୁଏଚଓ ସୂଚନା ଅନୁସାରେ, ୨୦୨୦ରେ କ୍ୟାନ୍ସର ପାଇଁ ୧କୋଟି ଲୋକଙ୍କ ମୃତ୍ୟୁ ଘଟିଛି । ଏହି ମୃତ୍ୟୁ ସଂଖ୍ୟା ରେ ବ୍ରେଷ୍ଟ କ୍ୟାନ୍ସର ରୋଗୀ ଅଧିକ ଥିଲେ । ଏହା ବ୍ୟତୀତ ୨୨ ଲକ୍ଷ ଲୋକ କେବଳ ଫୁସଫୁସ କ୍ୟାନ୍ସରେ ମୃତ୍ୟୁ ବରଣ କରିଛନ୍ତି । ତେବେ ଲଙ୍ଗ କ୍ୟାନ୍ସରର କାରଣ ହେଉଛି ସିଗାରେଟ, ମଦ ଏବଂ ତମ୍ବାଖୁ, ଗୁଟଖା ଇତ୍ୟାଦି । ତେଣୁ ସମୟ ଥାଉଥାଉ ଏହି ରୋଗର ଲକ୍ଷଣ ଦେଖି ନିରାକରଣ କରିନେବା ନିହାତି ଆବଶ୍ୟକ ।

କମ୍ପାସ୍ ଅଙ୍କୋଲୋଜିର ୱେବସାଇଟ୍ ଅନୁଯାୟୀ, ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ ଫର୍ ଷ୍ଟଡି ଅଫ୍ ଫୁସଫୁସ କର୍କଟ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, କିଛି ଲୋକ ହଠାତ୍ ଧୂମପାନ ତ୍ୟାଗ କରିବାର ଇଚ୍ଛା ରଖିଥିଲେ ମଧ୍ୟ କୌଣସି ପରିସ୍ଥିତିରେ ଧୂମପାନ ଛାଡିପାରନ୍ତି ନାହିଁ । ହଠାତ ଯଦି ସେ ଧୂମପାନ ଛାଡିଦିଅନ୍ତି ଏବଂ ସିଗାରେଟ ଟାଣିବାକୁ ଇଛା କରନ୍ତି ନାହିଁ ତେବେ ଅଧ୍ୟୟନରୁ ଜଣାପଡିଛି ଯେ, ଅଧୟନରୁ ଜଣା ପଡିଲା ଯେ, ୧୧୫ ରୋଗୀଙ୍କ ମଧ୍ୟରୁ ୪୮ଜଣ ରୋଗୀ ଅଚାନକ ସିଗାରେଟ ଛଡ଼ିଦେଇଥିଲେ । ଅନୁସନ୍ଧାନକାରୀଙ୍କ ମତରେ ଫୁସଫୁସ କ୍ୟାନ୍ସର ଆରମ୍ଭରୁ କ୍ୟାନ୍ସର ଟ୍ୟୁମରରୁ ଏପରି ପଦାର୍ଥ ସ୍ରାବ ହୋଇଥାଏ ଯାହା ନିକୋଟିନକୁ ଛଡ଼ାଇଦିଏ । ଯାହାଦ୍ୱାରା ପାଟିରେ କୌଣସି ଗୁଟଖା କିମ୍ବା ସିଗାରେଟ ପସିବାରେ ବାଧା ସୃଷ୍ଟି କରିଥାଏ ।

ଅନୁସନ୍ଧାନରୁ ଜଣା ପଡ଼ିଛି ଯେ, ଫୁସଫୁସ କ୍ୟାନ୍ସର ଅନ୍ୟ ୫ଟି ଲକ୍ଷଣ ମଧ୍ୟ ଅଛି ଯାହା ଆପଣ ଜାଣି ଏହି ରୋଗର ଚିକିତ୍ସା କରିପାରିବେ । ଶ୍ୱରରେ ବାଧା ସୃଷ୍ଟି ହେବା, ବହୁତ ଯୋରରେ ଶୋଷ ହେବା ଏବଂ ବାରମ୍ବାର ପରିଶ୍ରା କରିବା । ଶରୀରର ବିଭିନ୍ନ ଅଙ୍ଗ ଫୁଲିବା । ଏବଂ ଛାତି ଭାରି ଭାରି ଲାଗିବା, ଓଜନ ହ୍ରାସ ହେବା, କମଜୋର ଲାଗିବା, ଏହାସହ ହାତର ଅସ୍ଥିରତା ମଧ୍ୟ ଫୁସଫୁସ କର୍କଟର ଲକ୍ଷଣ ହୋଇପାରେ ।

Get real time updates directly on you device, subscribe now.