fbpx

ଷ୍ଟୁଡିଓ ସଫାରୁ ସଫଳ ନାୟିକା ରବିନା ଟଣ୍ଡନ: ଜାଣନ୍ତୁ ତାଙ୍କର ପରଦା ପଛର କାହାଣୀ, କେମତି ବନିଥିଲେ ହିରୋଇନ୍

Advertisement

ମୁମ୍ବାଇ: କେଜିଏଫ୍‌-୨ ବର୍ତ୍ତମାନ ହଲ୍‌ରେ ଧମାଲ୍‌ କରୁଛି । ଏହାରି ମଧ୍ୟରେ ଫିଲ୍ମର କଳାକାରମାନଙ୍କ ଅଭିନୟକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରୁଛନ୍ତି । ହେଲେ ଅଭିନୟ ପାଇଁ ରବିନା ଟଣ୍ଡନଙ୍କୁ ବହୁତ ପ୍ରଶଂସା ମିଳିଛି । ୧୯୯୧ରେ ଫିଲ୍ମ ‘ପଥର କେ ଫୁଲ’ରୁ କ୍ୟାରିୟର ଆରମ୍ଭ କରିଥିଲେ ରବିନା । ଇଣ୍ଡଷ୍ଟ୍ରିରେ ରବିନାଙ୍କ ଯାତ୍ରା ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥିଲା । ସେ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏକ ସମୟ ଥିଲା ରବିନା ଟଣ୍ଡନ୍‌ ଷ୍ଟୁଡିଓ ସଫା କରୁଥିଲେ ।

ଏକ ସାକ୍ଷାତକାରରେ ରବିନା ଟଣ୍ଡନ୍‌ କହିଛନ୍ତି, ‘ଏହା ସତ କି ମୁଁ ନିଜ କ୍ୟାରିୟର ଆରମ୍ଭ ଷ୍ଟୁଡିଓ ସଫା କରିବା ସହିତ ଆରମ୍ଭ କରିଥିଲି । ମୁଁ ବୋଧହୁଏ ଦଶମ ଶ୍ରେଣୀରେ ପ୍ରହ୍ଲାଦ କକ୍କରଙ୍କୁ ସାହାଯ୍ୟ କରିଥିଲି । ତା’ପରେ ସେ ମୋତେ କହିଥଲେ ଯେ ତୁମେ ପରଦା ପଛରେ କଣ କରୁଛ। ତୁମେ ସ୍କ୍ରିନ୍‌ ସାମ୍ନାରେ ଆସିବା ଉଚିତ। ତୁମେ ଏହା ପାଇଁ ଯୋଗ୍ୟ ଅଟ ।

ରବିନା ଟଣ୍ଡନ୍‌ କହିଛନ୍ତି, ‘ତା’ପରେ ମୁଁ ତାଙ୍କୁ ମନା କରିଥିଲି । ମୁଁ କେବେ ଭାବି ନଥିଲି ଯେ ମୁଁ ଜଣେ ଅଭିନେତ୍ରୀ ହେବି । ଅଭିନୟ ପୂର୍ବରୁ ସେ କିପରି ତାଙ୍କ ମଡେଲିଂ କ୍ୟାରିଅର୍‌ ଆରମ୍ଭ କରିଥିଲେ ତାହା ମଧ୍ୟ ରବିନା ଟଣ୍ଡନ୍‌ କହିଛନ୍ତି । ଯେତେବେଳେ ବି କୌଣସି ମଡେଲ ସେଟ୍‌ରେ ପହଞ୍ଚି ପାରନ୍ତି ନାହିଁ। ସେ କହୁଥଲେ -ରବିନାକୁ ଡାକ । ଏହା ପରେ ଧିରେ ଧିରେ ମଡେଲିଂ କ୍ୟାରିୟରରେ ଆଗକୁ ବଢିଲି । ତା’ପରେ ମୁଁ ଚଳଚ୍ଚିତ୍ରରୁ ଅଫର ପାଇବା ଆରମ୍ଭ କଲି ଏବଂ ମୁଁ ଅଭିନୟ, ନାଚ, ଡାଏଲଗ୍‌ ବିଷୟରେ ଜାଣିଲି । ମୁଁ ଧୀରେ ଧୀରେ ସବୁକିଛି ଶିଖିଲି । ଏଥିପାଇଁ ମୁଁ ଆଜି ଏତେ ବଡ ସଫଳ ଅଭିନେତ୍ରୀ ମଧ୍ୟ ହୋଇ ପାରିଛି ।

Get real time updates directly on you device, subscribe now.