fbpx

ଓଟିଟି କୁଇନ୍ ଭାବେ ପରିଚିତ ରାଧିକା ଆପ୍ଟେ, ଗୋଟିଏ ଶୋ’ ପାଇଁ ଚାର୍ଜ କରିଥାନ୍ତି ଏତିକି ଟଙ୍କା

ଓଡ଼ିଶା ଭାସ୍କର: ବଲିଉଡ଼ର ଜଣାଶୁଣା ଏବଂ ଟ୍ୟାଲେଣ୍ଟେଡ୍ ଚେହେରା ଭାବେ ପରିଚିତ ଅଭିନେତ୍ରୀ ରାଧିକା ଆପ୍ଟେ । ରାଧିକା ଆପ୍ଟେ ନିଜ କ୍ୟାରିୟରେ ଅନେକ ସିନେମା କରିଛନ୍ତି କିନ୍ତୁ ତାଙ୍କୁ ପ୍ରକୃତ ପରିଚୟ ଓଟିଟିରେ ମିଲିଥ୍‌ଲା । ୧୯ ବର୍ଷ ସିନେମା କ୍ୟାରିୟାରରେ ସେ ଓଟିଟିରେ ସବୁଠୁ ମହଙ୍ଗା ଅଭିନେତ୍ରୀ ସୂଚୀରେ ସାମିଲ ହୋଇଥ୍‌ଲେ । ଏବଂ ନିଜର ଅଭିନୟ ଦକ୍ଷତାରେ ଦର୍ଶକ ମାନଙ୍କ ସାମ୍ନାରେ ଓଟିଟ କୁଇନ ଭାବେ ପରିଚିତ ହୋଇଛନ୍ତି ।

୧୯୮୫ ମସିହା ସେପ୍ଟେମ୍ବର ୭ ତାମିଲନାଡୁ ଭେଲୋରର ଏକ ମରାଠୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଅଭିନେତ୍ରୀ ରାଧିକା ଆପ୍ଟେ । ତାଙ୍କ ବାପା ଡା. ଚାରୁଚନ୍ଦନ ଆପଟେ ଜଣେ ନ୍ୟୁରୋସର୍ଜନ । ୨୦୦୫ରେ ରାଧିକା ଫିଲ୍ମ ‘ୱାହ! ଲାଇଫ୍ ହୋ ତୋ ଐସି’ରୁ ବଲିଉଡ଼ରେ ଏଣ୍ଟ୍ରି କରିଥିଲେ । ୧୯ବର୍ଷର ଫିଲ୍ମ କ୍ୟାରିୟରରେ ରାଧିକା ୪୬ରୁ ଅଧିକ ସିନେମା କରିଛନ୍ତି । ସେ ତାମିଲ, ମରାଠି, ମାଲାୟଲମ, ତେଲୁଗୁ, ବଙ୍ଗଲୀ ଏବଂ ଇଂରାଜୀ ସିନେମାରେ ମଧ୍ୟ କାମ କରିଛନ୍ତି । କୋଭିଡ୍‌-୧୯ ମହାମାରୀ ସମୟରେ ରାଧିକା ଓଟିଟିରେ ଅଭିନୟ କରିବା ଆରମ୍ଭ କରିଥ୍‌ଲେ । ଦେଖୁ ଦେଖୁ ସେ ଓଟିଟିରେ ଜଣେ ଚଚ୍ଚିତ ଚେହେରା ପାଲଟି ଗଲେ । ତାଙ୍କ ନିକ୍ଷୁଣ ଅଭିନୟର ଜାଦୁ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା । ଦର୍ଶକଙ୍କ ଠାରୁ ସେ ଖୁବ୍ ଭଲ ପାଇବା ଓ ପ୍ରଶଂସା ପାଇଥିଲେ । ପରବର୍ତ୍ତୀ ସମୟରେ ସେ ଓଟିଟି କୁଇନ୍ ଭାବେ ଲୋକପ୍ରିୟ ହୋଇଗଲେ । କେବଳ ଏତିକି ନୁହେଁ ଦର୍ଶକ ତାଙ୍କ ଦମଦାର ଅଭିନୟକୁ ଦେଖିବା ପାଇଁ ଅପେକ୍ଷା କରିଥାନ୍ତି ।

ଅଭିନେତ୍ରୀ ରାଧିକା ଆପ୍ଟେ ପାଖାପାଖ୍ ୫ବର୍ଷ ଓଟିଟିରେ ସକ୍ରିୟ ଅଛନ୍ତି । ସେ ୱେବ୍ ସିରିଜିରେ ସବୁ ପ୍ରକାର ରୋଲ୍ କରିଛନ୍ତି । ଏପରିକି ବୋଲ୍ଡ ସିନ୍ କରିବାକୁ ମଧ୍ୟ ପଛାଇନାହାଁନ୍ତି । ଓଟିଟି ଜଗତରେ ରାଧିକା ଆପ୍ଟେଙ୍କ ପ୍ରସିଦ୍ଦ ଶୋ’ ହେଉଛି ସେକ୍ରେଡ ଗେମ୍ସ, ଘୋଉଲ, ଓକେ କମ୍ପ୍ୟୁଟର, ରାତ ଅକେଲି ହେ, ଲଷ୍ଟ୍ ଷ୍ଟୋରିଜ୍‌, ମୋନିକା ଏବଂ ମେଡ୍ ଇନ୍ ହେୱନ ସିଜିନ୍ ୨ ପରି ଇତ୍ୟାଦି । ସୂତ୍ର ଅନୁସାରେ ରାଧିକା ଗୋଟେ ୱେବ୍ ଶୋ’ କରିବାକୁ ୪କୋଟି ଟଙ୍କା ଚାର୍ଜ କରିଥାନ୍ତି । ଛୋଟ ରୋଲ୍‌ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ରାଧିକା ଆପ୍ଟେ ବର୍ତ୍ତମାନ ଓଟିଟି କୁଇନ୍ ନାମରେ ପ୍ରସିଦ୍ଧ ।

 

Get real time updates directly on you device, subscribe now.