fbpx

ଚର୍ମରୋଗର ବାହକ ହେଉଛି ମୋବାଇଲ: ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

Advertisement

ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତ୍ରୀ ଭୋଜନ ପର୍ଯ୍ୟନ୍ତ ଛୋଟ ପିଲାଟିଏ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ୍ ଫୋନ୍ ବ୍ୟବହାର କରିଥାନ୍ତି । କିନ୍ତୁ ବାସ୍ତବରେ ଏହା ଯେ କେତେ କ୍ଷତିକାରକ ସେକଥା କେହି ଭାବି ନଥାନ୍ତି । ଏକ ଅନୁସନ୍ଧାନରୁ ଜଣାପଡିଛି, ଜନଗହଳିପୂର୍ଣ୍ଣ ଶୌଚାଳୟ କିମ୍ବା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟର ବ୍ୟବହାର ଠାରୁ ଅଧିକ ଘାତକ ହେଉଛି ଆପଣଙ୍କ ମୋବାଇଲ୍ ଫୋନ୍ । ଏହାକୁ ଆପଣ ଯେତେଥର ସ୍ପର୍ଶ କରନ୍ତି ସେତେ ଅଧିକ ଜୀବାଣୁ ସଂଗ୍ରହ କରନ୍ତି ।

ଟିକଟକ୍ ପ୍ଲାଟଫର୍ମରେ ଡାକ୍ତର ମମିନା ନାମରେ ପ୍ରସିଦ୍ଧ ଚର୍ମରୋଗ ବିଶେଷଜ୍ଞ ଡକ୍ଟର ମମିନା ତୁରେଗାନୋ ପ୍ରକାଶ କରିଛନ୍ତି ଯେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଦ୍ୱାରା ଚର୍ମରେ କ୍ଷତି ହୋଇପାରେ । ଭିଡିଓ କ୍ଲିପଗୁଡିକ ମଧ୍ୟରୁ ଗୋଟିଏରେ ମମିନା ତାଙ୍କ ଆକାଉଣ୍ଟ ଜରିଆରେ ବୁଝାଇଥିଲେ ଯେ, ଏହା ଆପଣଙ୍କ ଶରୀରର ଚର୍ମ ଉପରେ କିଭଳି ପ୍ରଭାବ ପକାଏ । ଟିକଟକରେ ପ୍ରାୟ ଏକ ଲକ୍ଷ ଅଧିକ ଲୋକ ତାଙ୍କୁ ଅନୁସରଣ କରନ୍ତି । ସେ ଏହି ପ୍ଲାଟଫର୍ମରେ ସୂଚନା ଦେଇ କହିଛନ୍ତି ଯେ ମୋବାଇଲ୍ ଫୋନ୍ ସବୁବେଳେ ଜୀବାଣୁରେ ଆଚ୍ଛାଦିତ ହୋଇରହିଥାଏ ।

ବେଳେବେଳେ ଏହା ସର୍ବସାଧାରଣ ବାଥରୁମ(ପବ୍ଲିକ ଟଏଲେଟ) ଅପେକ୍ଷା ଅଧିକ ପ୍ରଦୂଷିତ ହୋଇଥାଏ ବୋଲି କହିଛନ୍ତି । ସେ ଦର୍ଶାଇଛନ୍ତି ଯେ ଫୋନର ଦୈନନ୍ଦିନ ବ୍ୟବହାର ଏବଂ କଥାବାର୍ତ୍ତା ସମୟରେ ଏହାକୁ ମୁହଁ ପାଖରେ ରଖିବା ଦ୍ୱାରା ଚର୍ମକୁ ଜୀବାଣୁ ସ୍ଥାନାନ୍ତର ହୋଇପାରେ ଏବଂ ଚର୍ମ ସମସ୍ୟା ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ । ତେଣୁ ସେ ଫୋନକୁ ଲଗାତାର ସଫା କରିବା ଏବଂ ଓଦା କାପଡ଼ାକୁ ସାବୁନ ପାଣିରେ ବୁଡ଼ାଇ ପୋଛିବା କିମ୍ବା ଆଲକୋହଲ ଦ୍ୱାରା ପୋଛିବା ଆବଶ୍ୟକ । ଏହା ଦ୍ୱାରା ୭୦ ପ୍ରତିଶତରୁ ଅଧିକ ଜୀବାଣୁ ନଷ୍ଟ ହେବେ ବୋଲି ଡାକ୍ତର ମମିନା ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.